ଆମେରିକାରେ ଡ଼. ଆରତୀଙ୍କୁ ମିଳିବ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ : ପୁଣି ଅନ୍ତର୍ଜାତୀୟ ସ୍ତରରେ ଭାରତୀୟଙ୍କୁ ମିଳିବ ବଡ ଦାୟିତ୍ୱ । ୬୩ ବର୍ଷୀୟା ଭାରତରେ ଜନ୍ମିତ ଡ. ଆରତୀ  ପ୍ରଭାକରଙ୍କୁ ଆମେରିକା ସରକାରରେ ବିଜ୍ଞାନ କ୍ଷେତ୍ରରେ ଗୁରୁଦାୟିତ୍ବ ମିଳିପାରେ। ଆରତୀ ପ୍ରଭାକରଙ୍କ ନାଁକୁ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ମନୋନୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ। ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ଏହି ନିଷ୍ପତ୍ତିକୁ ହ୍ବାଇଟ୍ ହାଉସ୍ ଏବଂ ଇଣ୍ଡୋ-ଆମେରିକୀୟ ସମ୍ପ୍ରଦାୟ ପ୍ରଶଂସା କରିବା ସହ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି  । ଯଦି ଆମେରିକାନ ସିନେଟ ପକ୍ଷରୁ ମଞ୍ଜୁରୀ ମିଳେ ତେବେ ପ୍ରଥମ ମହିଳା, ପ୍ରବାସୀ ଭାବେ ସେ ଇତିହାସ ରଚିବେ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ନୀତି ବିଭାଗର ନିଦ୍ଦେଶକ ମୁଖ୍ୟ ଭାବେ ସେ ଦାୟିତ୍ବ ତୁଲାଇବେ। ବାଇଡେନ ଗତକାଲି ତାଙ୍କ ନାଁ ମନୋନୀତ କରିବା ସହ କହିଛନ୍ତି ଡ. ପ୍ରଭାକର ହେଉଛନ୍ତି ଜଣେ ବିଚକ୍ଷଣ, ଦକ୍ଷ ଓ ଅତ୍ୟନ୍ତ ସମ୍ମାନୀୟ ପଦାର୍ଥବିଜ୍ଞାନି। ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାର ଦକ୍ଷତା ରଖନ୍ତି  ପ୍ରଭାକର । ଯଦି ସିନେଟର ମୋହର ବାଜେ ତେବେ ସେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ଯା କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ରହିବେ । ତାଙ୍କର ନେତୃତ୍ବରେ ଆମେରିକାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବଡ ସଫଳତା ହାସଲ କରିବ।

ସୂଚନାଥାଉକି, ଡ. ଆରତୀ ପ୍ରଥମ ମହିଳା ଭାବେ କାର୍ଲିଫୋନିଆ ବିଶ୍ବବିଦ୍ୟାଳୟରୁ ପ୍ରୟୋଗାତ୍ମକ ପଦାର୍ଥ ବିଜ୍ଞାନରେ ପିଏଚଡି ସମ୍ମାନ ଅର୍ଜନ କରିଛନ୍ତି । ବାଇଡେନ ସବୁବେଳେ ଭାରତ-ଆମେରିକୀୟଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି  । ଉପରାଷ୍ଟ୍ରପତି ଭାବେ କମଲା ହାରିଶ ନିର୍ବାଚିତ ହେବା ପରେ ଭାରତୀୟଙ୍କ ଦବଦବା ଆମେରିକାରେ ବଢିଯାଇଛି  । ନିକଟରେ ୫ ଜଣ ଭାରତୀୟ ମୂଳ ଲୋକଙ୍କୁ ସେ ବିଭିନ୍ନ ଦାୟିତ୍ବରେ ନିଯୁକ୍ତି ଦେଇଛନ୍ତି  ।

Spread the love