ଲାଞ୍ଚ ଟଙ୍କାରେ ୮୦ ଲକ୍ଷରେ ଫ୍ଲାଟ କିଣି ମାଙ୍କୁ ଉପହାର ଦେଇଥିଲେ ଡାକ୍ତର
ଭୁବନେଶ୍ବର: ଜାହାଜ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ମାମଲାରେ ସିବିଆଇ ହାତରେ ଗିରଫ ହୋଇଥିବା ବନ୍ଦର ସ୍ବାସ୍ଥ୍ୟ ସଂଗଠନ(ପିଏଚଓ)ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କର ସୋମବାର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି । ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି | ତେବେ ଡାକ୍ତରଙ୍କ ଓକିଲ ଜାମିନ ଆବେଦନ କରିଥିବାବେଳେ ଏହାର ଶୁଣାଣି ଆସନ୍ତାକାଲି ହେବ | ତେବେ ଡାକ୍ତରବାବୁଙ୍କ ବିରୋଧରେ ଆଜି ଏକ ଚାଂଚଲ୍ୟକର ଖୁଲାସା ହୋଇଛି | ଲୁଟ ଟଙ୍କାରେ ସେ ୮୦ ଲକ୍ଷ ଟଙ୍କାର ଫ୍ଲାଟ ମାଆଙ୍କୁ ଗିଫ୍ଟ କରିଥିଲେ ଅଭିଯୁକ୍ତ ଡାକ୍ତର | ଭୁବନେଶ୍ୱରରର ନୟାପଲ୍ଲୀରେ ଏକ ତିନିଟି ବେଡ୍ରୁମ ଥିବା ଫ୍ଲାଟ କିଣିଥିଲେ ରାଜେନ୍ଦ୍ର | ଜଣେ ବିଲଡରଙ୍କଠାରୁ ନଗଦ ଟଙ୍କା ଦେଇ କିଣା ଯାଇଥିଲା ଫ୍ଲାଟ | ନୂଆ ଫ୍ଲାଟରେ ସିବିଆଇ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଇଛି |