ଡାକ୍ତରଙ୍କୁ ନିବେଦନ କରି ଘରକୁ ଡାକି ତାଙ୍କ ସମ୍ମୁଖରେ ପୋଷକ ଖୋଲିଦେଲେ ଯୁବତୀ, ତାପରେ…

ଲକ୍ଷ୍ନୌ:ଉତ୍ତରପ୍ରଦେଶର ବରେଲିରେ ଗୋଟାଏ ପରେ ଗୋଟାଏ ହନିଟ୍ରାପ ମାମଲା ଲଗାତର ସାମ୍ନାକୁ ଆସିବାରେ ଲାଗିଛି। ନିକଟରେ ସହରର ଏକ ବେସରକାରୀ ହସ୍ପିଟାଲର ଡାକ୍ତର ଏହାର ଶିକାର ହୋଇଛନ୍ତି। ଏହି ଘଟଣା ଜଣାପପଡ଼ିବା ପରେ ପୁଲିସ୍ ୨୨ ବର୍ଷୀୟା ଅଭିଯୁକ୍ତ ଯୁବତୀ ହିମାନିଙ୍କୁ  ଗିରଫ କରି ଜେଲ୍ ପଠେଇଛି। ତେବେ ଏହି ମାମଲାରେ ଫସିଥିବା ଡାକ୍ତରଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।ପୂରା ମାମଲା ହେଉଛି ବାରେଲିର ସୁବାସନଗର ଥାନା ଅଞ୍ଚଳର। ଏଠାରେ ଥିବା ଏକ କଲୋନିରେ ଜଣେ ଡାକ୍ତର ନିଜ କ୍ଲିନିକ୍ ଚଳାଉଥିଲେ। ଦିନେ ଅଚାନକ ତାଙ୍କ ଫୋନକୁ ଏକ ନମ୍ବରରୁ କଲ୍ ଆସିଲା। ସେ କଲ୍ ଉଠାଇବାରୁ ଜଣେ ଯୁବତୀ ତାଙ୍କୁ ସାହାଯ୍ୟ ମଗିଚାଲିଲେ। କହିଲେ କି ତାଙ୍କର ଆର୍ଥିକ ସ୍ଥିତି ବହୁତ୍ ଖରାପ। ସେ ନର୍ସିଂ କରିଛନ୍ତି ଓ   ଡାକ୍ତରଙ୍କ କ୍ଲିନିକ୍‌ରେ ଚାକିରି କରିବାକୁ ଚାହାନ୍ତି। ଡାକ୍ତର ଚାକିରି ଦେଇ ପାରିବେନି କହି କଲ୍ କାଟି ଦେଲେ।

ଯୁବତୀ ଜଣକ ସନ୍ଧ୍ୟାରେ ତାଙ୍କର ଜଣେ ବାନ୍ଧବୀଙ୍କୁ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚିଲେ। ସେଠାରେ ଯାଇ କାନ୍ଦି କାନ୍ଦି ଡାକ୍ତରଙ୍କ ନିକଟରେ ନିଜ ଆର୍ଥିକ ସ୍ଥିତି ବିଷୟରେ କହିଥିଲେ। ତାହାର ପ୍ରାୟ ସପ୍ତାହ ପରେ ଯୁବତୀ ଡାକ୍ତରଙ୍କୁ କଲ୍ କରି ତାଙ୍କ ମାଆଙ୍କ ଦେହ ବହୁତ୍ ଖରାପ କହି ତାଙ୍କ ଘରକୁ ଯିବାକୁ ଡାକ୍ତରଙ୍କୁ ନିବେଦନ କଲେ।

ଡାକ୍ତର ସେଠାକୁ ଯିବା ପରେ ଯୁବତୀ ନିଜ ପୋଷାକ ଖୋଲି ତାଙ୍କ ସହ ଅଶ୍ଳୀଳ କାମ କରିବା ଆରମ୍ଭ କରିଦେଲେ। ସେତିକି ବେଳେ ଜଣେ ପୁରୁଷ ଓ ମହିଳା ସେ ରୁମ୍ ଭିତରକୁ ପଶି ଯୁବତୀ ଓ ଡାକ୍ତରଙ୍କ ଫଟୋ ଓ ଭିଡିଓ ଉଠାଇ ପକାଇଥିଲେ। ଯାହାକୁ ନେଇ ଯୁବତୀ ପରେ ବ୍ଲକମେଲ କରିବା ଆରମ୍ଭ କରିଦେଇଥିଲେ।

Spread the love