କୋଭିଡ୍‌ରେ କେତେ ଡାକ୍ତରଙ୍କର ମୃତ୍ୟୁ ହୋଇଛି ସେ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ : ସଂସଦରେ ସୂଚନା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାରେ କୌଣସି ଡାକ୍ତରଙ୍କର ମୃତ୍ୟୁ ହୋଇ ନାହିଁ। ଏକଥା ଆମେ କହୁନୁ, ସଂସଦରେ ଏମିତି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର।  ମାର୍ଚ୍ଚ ୨୦୨୦ ଠାରୁ ଏପର୍ଯ୍ୟନ୍ତ କୋଭିଡ୍‌ରେ ଡାକ୍ତରଙ୍କର ମୃତ୍ୟୁ ନେଇ କୌଣସି ତଥ୍ୟ ନାହିଁ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏକ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ରାଜ୍ୟସଭାରେ ଏଭଳି ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର।

ମଙ୍ଗଳବାର ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି “ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ଦେଇଥିବା ତଥ୍ୟ ଅନୁସାରେ ଭାରତ ସରକାର କୋଭିଡ୍‌ରେ ମୃତ୍ୟୁ ହୋଇଥିବା ନାଗରିକଙ୍କର ତଥ୍ୟ ରଖୁଛି। ସେହି ଅନୁସାରେ ୨୩ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଦେଶରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୫,୨୫,୯୯୭ ହୋଇଛି। ତେବେ ପେଷାଗତ  ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ କୋଭିଡ୍‌ ମୃତ୍ୟୁର ଅଲଗା ଅଲଗା ତଥ୍ୟ ରଖାଯାଏ ନାହିଁ। ” କୋଭିଡ୍ ଯୋଗୁ ଭାରତରେ କେତେ ଡାକ୍ତରଙ୍କର ମୃତ୍ୟ ହୋଇଛି ସେ ନେଇ ଏକ ପ୍ରଶ୍ନର ଉତ୍ତର ଦେଇ ଭାରତ ପ୍ରବୀଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି “ କୋଭିଡ୍ ବିରୋଧରେ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପାଇଁ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍(PMGKP) ବିମାନ ଯୋଜନା ଅଧିନରେ ୫୦ ଲକ୍ଷ ଟଙ୍କାର ବିମା ରାଶି ଦିଆଯାଇଛି। କମ୍ୟୁନିଟି ହେଲ୍ଥ ୱର୍କର୍ସ ଏବଂ ଘରୋଇ ସ୍ୱାସ୍ଥ୍ୟକର୍ମୀ ଆଦି ଯେଉଁମାନେ ସେବା ଯୋଗାଇ ରୋଗୀଙ୍କ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କୁ ବିମାନ ରାସି ଯୋଗାଇ ଦିଆଯାଇଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୋଜନାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ କାର୍ଯ୍ୟକାରୀ କରାଯାଇଥିଲା। ଏହା ବ୍ୟତୀତ ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମୃତକଙ୍କ ପାଇଁ ୫୦ ହଜାର କ୍ଷତିପୂରଣ ରାଶି ମଧ୍ୟ ଘୋଷଣା କରାଯାଇଥିଲା।

Spread the love