ହ୍ବାଇଟ ହାଉସରେ ଜଳୁନି ଚୁଲି, ଟ୍ରମ୍ପଙ୍କ ରୋଷେୟା ଦରମା ନପାଇ ଛୁଟିରେ

ଦରମା ନମିଳିବାରୁ ଟ୍ରମ୍ପଙ୍କ ରୋଷେୟା ଛୁଟିରେ ଯାଇଛନ୍ତି । ତେଣୁ ହ୍ବାଇଟ ହାଉସରେ ଏବେ ରୋଷେଇ ବନ୍ଦ। ବାଧ୍ୟହୋଇ       ଆମେରିକା ରାଷ୍ଟ୍ରପତି ବାହାରୁ ଖାଦ୍ୟ ମାଗାଇ ଖାଉଛନ୍ତି ।  ଏବେ ପିଜା, ବରଗର୍‌ ମଗାଇ ଖାଇଛନ୍ତି ବିଶ୍ୱର ଏହି ଟପ୍‌ ରେଟେଡ୍‌ ରାଜନେତା।

ଏମିତିକି ତାଙ୍କଚ ହ୍ୱାଇଟ୍‌ ହାଉସ୍‌କୁ ଆସୁଥିବା ଅତିଥିମାନଙ୍କୁ ମଧ୍ୟ କିଣା ଖାଦ୍ୟ ଖୁଆଇ ଆପ୍ୟାୟିତ କରିବାକୁ ଚଷ୍ଟା କରିଛନ୍ତି ରାଷ୍ଟ୍ରପତି। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ବାସ୍ତବରେ ଆମେରିକାରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବାସ୍ଥାର ପ୍ରଭାବ ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ୍‌ ଉପରେ ପଡିଥିଲା।

ଫଳରେ କିଛି ମାସ ଧରି ରାଷ୍ଟ୍ରପତି ଭବନର ସେଫ୍‌ ବା ରୋଷେୟା କିଛି ମାସ ଧରି ଦରମା ପାଇ ନ ଥିଲେ, ଆଉ ସେ ଛୁଟିରେ ଚାଲି ଯାଇଥିଲେ।

ଫଳରେ ହ୍ୱାଇଟ୍‌ ହାଉସ୍‌ରେ ଚୁଲି ଜଳି ନ ଥିଲା। 2 ସପ୍ତାହ ତଳେ ଆମେରିକା କେଲେଜ ଫୁଟବଲ ଚାମ୍ପିୟନ୍‌ସିପ୍‌ ବିଜେତା କ୍ଲେମସନ୍‌ ଟାଇଗର୍ସ ଟିମ୍‌କୁ ଟ୍ରମ୍ପ ଲଞ୍ଚ କରିବାକୁ ଡକାଇଥିଲେ। ହେଲେ ଏହି ମଉକାରେ ରାଷ୍ଟ୍ରପତି ଭବନର କିଚେନ୍‌ର ମୁଖ୍ୟ ସେଫ୍‌ ଅତର୍କିତ ଛୁଟିରେ ଚାଲି ଯାଇଥିଲେ। ପରେ ଜଣାପଡିଥିଲା କି ସେ ଦୀର୍ଘଦିନ ଧରି ଦରମା ପାଇ ନ ଥିବାରୁ ଏମିତି ଚାଲି ଯାଇଛନ୍ତି। ଅତିଥିଙ୍କୁ ଅଭ୍ୟର୍ଥନା କରିବାକୁ ଯାଇ ଟ୍ରମ୍ପଙ୍କ ନିଷ୍ପତ୍ତି କ୍ରମେ ବାହାରୁ ଫାଷ୍ଟଫୁଡ୍‌ ମଗାଯାଇ ଖାଇବାକୁ ଦିଆଯାଇଥିଲା। ଏମିତିକି ଶୁଣିବାକୁ ମିଳିଥିଲା ଯେ, ଟ୍ରମ୍ପ ମଧ୍ୟ ବାଧ୍ୟହୋଇ ଫାଷ୍ଟଫୁଡ୍‌ ଖାଇଥିଲେ।

Spread the love