ଶିବରାତ୍ରୀରେ ଦେଢ଼ କୋଟିର ଦାନ ଦେଲେ ମୁକେଶ ଆମ୍ବାନୀ

ହାଶିବରାତ୍ରୀରେ ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପହଞ୍ଚିି ଦେଢକୋଟି ଟଙ୍କା ଦାନ କରିଛନ୍ତି ବିଶିଷ୍ଠ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀ । ବଡ ପୁଅ ଆକାଶ ଅମ୍ବାନୀଙ୍କ ସହ ମନ୍ଦିରରେ ପହଞ୍ଚି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଏହି ଦାନ କରିିଛନ୍ତି ମୁକେଶ ଅମ୍ବାନୀ । ପୂଜାର୍ଚ୍ଚନା ସମୟର ବିଭିନ୍ନ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି । ଉଭୟ ମୁକେଶ ଓ ଆକାଶ ହାତଯୋଡି ପୂଜା କରୁଥିବାବେଳେ ଅନ୍ୟଏକ ଫଟୋରେ ରୂପା କଳସରେ ଜଳାଭିଶେକ କରୁଥିବା ଦେଖିବାକୁ ମିଳିଛି । ଗତବର୍ଷ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ଭେଙ୍କେଟେଶ୍ୱର ମନ୍ଦିରକୁ ଦେଢକୋଟି ଟଙ୍କା ଦାନ କରିଥିଲେ । ଏହି ଅବସରରେ ମନ୍ଦିର ପୂଜକ ଅମ୍ବାନୀ ପରିବାରକୁ ସ୍ୱତନ୍ତ୍ର ଚାଦର ଉପହାର ସୁରପ ଦେଇଛନ୍ତି । ସୋମନାଥ ମନ୍ଦିର ଦେଶର ଅନ୍ୟତମ ପ୍ରସିଦ୍ଧ ଶିବମନ୍ଦିର ଅଟେ । ଦେଶର ୧୨ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହାର ଅନ୍ୟତମ ଅଟେ ।

Spread the love