ପିତୃପକ୍ଷରେ ଏହି ଦିଗରେ ପାଣି ରଖି ପିଅନ୍ତୁ ନାହିଁ, ନଚେତ ଲାଗିଯିବ ପିତୃଦୋଷ
ଏବେ ପିତୃପକ୍ଷ ଚାଲିଛି। ଶାସ୍ତ୍ର ଅନୁଯାୟୀ, ଏହି ସମୟରେ ପିତୃ ପୁରୁଷଙ୍କ ଆତ୍ମା ପୃଥିବୀକୁ ଆସି ନିଜ ପରିବାର ପରିଜନଙ୍କ ସହ ରହିଥାନ୍ତି । ସେମାନଙ୍କ ଆତ୍ମାର ଶାନ୍ତି ସହ ସେମାନଙ୍କୁ ଖୁସି କରି ଆଶୀର୍ବାଦ ପାଇବା ପାଇଁ ସ୍ବତନ୍ତ୍ର ଭାବେ ସେମାନଙ୍କ ପାଇଁ ତର୍ପଣ ଆଦି କରାଯାଏ । ପୁରାଣରେ କୁହାଯାଇଛି, ପିତୃପକ୍ଷରେ ପିତୃ ପୁରୁଷମାନେ ବିଭିନ୍ନ ରୂପରେ ଆସି ଶ୍ରାଦ୍ଧ ଗ୍ରହଣ କରିଥାନ୍ତି । କୌଣସି ପଶୁ ରୂପରେ ମଧ୍ୟ ସେମାନେ ଆସିଥାନ୍ତି । ତେଣୁ ଘରକୁ ଆସୁଥିବା ଭିକାରୀ କିମ୍ବା କୌଣସି ପଶୁପକ୍ଷୀଙ୍କୁ ମଧ୍ୟ ଭୋଜନ ଦାନ କରିବା ଉଚିତ। ତେବେ ଆପଣ ଜାଣିଛନ୍ତି, ଏହି ସମୟରେ ଘରର ନିର୍ଦ୍ଦିଷ୍ଟ ଦିଗକୁ ଦୀପ ଜାଳିବା ଦ୍ବାରା ପିତୃଦୋଷରୁ ଶୀଘ୍ର ମୁକ୍ତି ମିଳିଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କ ଘରେ ବାରମ୍ବାର ଦୁର୍ଘଟଣା ହେଉଛି ତେବେ ଏହାର କାରଣ ପିତୃଦୋଷ ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ସବୁଠାରୁ ସରଳ ଉପାୟ ଅବଲମ୍ବନ କରନ୍ତୁ।
ଯେଉଁ ଘରେ ପିଇବା ପାଣି ପାତ୍ର ଦକ୍ଷିଣ ଦିଗକୁ ରହିଥିଲେ ତାଙ୍କ ଘରେ ଅଧିକ ପିତୃଦୋଷ ଦେଖାଯାଇଥାଏ। ଏଣୁ ଏଥିରୁ ନିବାରଣ ପାଇଁ ନିୟମିତ ରୁପରେ ଦକ୍ଷିଣ ଦିଗରେ ଘିଅ ଦୀପ ଲଗାନ୍ତୁ। ଏହା ଦ୍ବାରା ପିତୃପୁରୁଷଙ୍କ ଆଶୀବାଦ ମିଳିବା ସହ ପିତୃଦୋଷରୁ ମୁକ୍ତି ମିଳିଥାଏ। ତେବେ ସବୁବେଳେ ଉତ୍ତର-ପୂର୍ବରେ ଦୀପ ଜଳାଯାଇଥିବା ବେଳେ ପିତୃପକ୍ଷ ସମୟରେ ଦକ୍ଷିଣ ଦିଗରେ ଦୀପ ଲଗାଯାଇଥାଏ।
ଏଥିସହ ପିତୃଦୋଷରୁ ମୁକ୍ତି ପାଇବା ପାଇଁ ପିଇବା ପାଣି ପାତ୍ରକୁ ସବୁବେଳେ ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଏହା ଦ୍ବାରା ଘରେ ସକାତ୍ମକ ପ୍ରଭାବ ପଡ଼ିବା ସହ ପିତୃଦୋଷରୁ ମୁକ୍ତି ମିଳିଥାଏ।
ସନାତନ ଧର୍ମରେ ପିତୃପକ୍ଷକୁ ବହୁତ ଗୁରୁତ୍ୱ ଦିଆଯାଇଛି। ବିଶ୍ୱାସ ରହିଛି ପିତୃପକ୍ଷରେ ବିଧି ବିଧାନର ସହ ପିତୃପୁରୁଷଙ୍କ ଶ୍ରାଦ୍ଧ କରିବା ଦ୍ୱାରା ସେମାନେ ଖୁସି ହୁଅନ୍ତି ଏବଂ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ପାଇଁ ପିଣ୍ଡଦାନର ପରମ୍ପରା ରହିଛି । ବିଶ୍ୱାସ ରହିଛି, ପରଲୋକ ଗମନ କରିଥିବା ପିତୃପୁରୁଷମାନେ ପିତୃପକ୍ଷ ସମୟରେ କାଉ ହୋଇ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି ଏବଂ ନିଜ ପରିବାର ଲୋକଙ୍କୁ ଦେଖି ଥାଆନ୍ତି। ତେଣୁ ପିତୃପକ୍ଷରେ ବିଧି ବିଧାନର ସହ ପିତୃପୁରୁଷଙ୍କ ଶ୍ରାଦ୍ଧ କରିବା ଦ୍ୱାରା ସେମାନେ ଖୁସି ହୁଅନ୍ତି ଏବଂ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ।