ଶ୍ରୀଲଙ୍କା ନୌସେନାକୁ ଡୋର୍ନିଅର ବିମାନ ଉପହାର ଦେଲା ଭାରତ

କଲମ୍ବୋ : ଭାରତ ସ୍ବାଧୀନତାର ୭୫ ବର୍ଷପୂର୍ତ୍ତି ଅବସରରେ  ଶ୍ରୀଲଙ୍କା ନୌସେନାକୁୁ ଏକ ଡୋର୍ନିଅର ବିମାନ ପ୍ରଦାନ କରିଛି ଭାରତ । ଏହା ଦ୍ବାରା ଭାରତ ମହାସାଗରରେ ଶ୍ରୀଲଙ୍କା ନୌସେନାର ପର୍ଯ୍ୟବେକ୍ଷଣ କ୍ଷମତା ବୃଦ୍ଧି ପାଇବ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଏହି ବିମାନ ପ୍ରଦାନ କରାଯାଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି ।କଲମ୍ବୋ ଏୟାରପୋର୍ଟ ନିକଟସ୍ଥ କାଟୁନାୟକେ ଠାରେ ଥିବା ଶ୍ରୀଲଙ୍କା ବାୟୁସେନା ଘାଟିଠାରେ ଅନୁଷ୍ଠିତ ଏକ ସମାରୋହରେ ଭାରତୀୟ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଏସଏନ ଘୋରମେଡ୍ ଶ୍ରୀଲଙ୍କା ନୌସେନାକୁ ଏହି ବିମାନ ହସ୍ତାନ୍ତର କରିଥିବା ବେଳେ ଭାରତୀୟ ରାଷ୍ଟ୍ରଦୂତ ଗୋପାଲ ବାଗଲେ ଉପସ୍ଥିତ ଥିଲେ।  ନିକଟରେ  ଶ୍ରୀଲଙ୍କା ସରକାର ଚୀନର ଗୁପ୍ତଚର ଜାହାଜକୁ ପ୍ରବେଶ ଅନୁମତି ଦେବା ପରେ ତାହା ଭାରତକୁ ଅସନ୍ତୁଷ୍ଟ କରିଥିଲା ।  ଏହି ଜାହାଜ ଆସନ୍ତାକାଲି (ଅଗଷ୍ଟ ୧୬)ରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିବ । ଏହି ଜାହାଜରେ ବିଭିନ୍ନ ଗୁପ୍ତଚର ଉପକରଣ ଓ ମିସାଇଲ ଟ୍ରାକିଂ ବ୍ୟବସ୍ଥାଥିବାରୁ ତାହା ଭାରତକୁ ଚିନ୍ତିତ କରିଛି ।

 

Spread the love