ସ୍ତ୍ରୀ ଓ ଶାଳୀକୁ ହତ୍ୟା କରି ସ୍ୱାମୀ ଅଟକ

ଭୁବନେଶ୍ୱର: ରାଜଧୀନରେ ଡବଲ ମର୍ଡର। ସ୍ତ୍ରୀ ଓ ଶାଳୀକୁ ହତ୍ୟା କଲା ସ୍ୱାମୀ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ସ୍ୱାମୀ ବିଜୟ ସେଠୀକୁ ଅଟକ ରଖିଛି ପୁଲିସ୍। ହତ୍ୟାକାରୀ ବିଜୟ ସିଟିଟିସି ମେକାନିକାଲ୍‌ରେ ବିଭାଗରେ କାମ କରୁଥିବା ସୂଚନା ମିଳିିିଛି।

ଏଥିସହିତ ଘଟଣାର ପରବର୍ତ୍ତୀ ତଦନ୍ତ ଜାରି ରିଖିଛି। ତେବେ ଏଭଳି ହତ୍ୟା କାଣ୍ଡ କାହିଁକି ଘଟିଲା ? ଘରୋଇ ହିଂସା ନା ଆଉ କିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଜଣାପଡ଼ି ନାହିଁ। ହତ୍ୟାକାରୀ କାହିଁକି ପତ୍ନୀ ସହିତ ଶାଳୀଙ୍କୁ ହତ୍ୟା କଲା ସେ ନେଇ ପ୍ରଶ୍ନ ଉଠିବା ସହିତ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି ପୁଲିସ। ସେପଟେ ବିଜୟ ଉଭୟଙ୍କୁ ଦୁଇ ଦିନ ହେଲା ହତ୍ୟା କରି ଘରେ ଲୁଚାଇ ରଖିଥିଲା ବୋଲିସୂଚନା ମିଳିଛି । ଖୁବ୍‌ଶୀଘ୍ର ଘଟଣା ଉପରୁ ପରଦା ହଟିବ।

Spread the love