ରାଜଧାନୀରେ ଡବଲ ମର୍ଡର

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ସଙ୍ଗମ ବିହାର ଓ ଖଜୁରୀ ଖାସ ଅଞ୍ଚଳରେ ଏକା ସମୟରେ ଦୁଇଟି ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ବେଳେ ଆଉ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ମାନେ ଗୁଳିକରି ହତ୍ୟା କରିଛନ୍ତି । ସୂଚନା ମୁତାବକ ଦୁର୍ବୃତ୍ତ ମାନେ ଗତକାଲି ରାତିରେ ସଙ୍ଗମ ବିହାର ଅଞ୍ଚଳରେ ଜଣେ ୨୬ ବର୍ଷିୟ ଯୁବକଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ ଏବଂ ପରେ ଯୁବକ ଜଣକ ନିଜ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ିବା ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବଡ଼ ପାଟିକରି ଡାକିଥିଲେ ହେଲେ ଅଭିଯୁକ୍ତ ମାନେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକ ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଧାରା ୩୦୨ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି । ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ଏନେଇ ପୁଲିସ ପଚରାଉଚରା କରୁଛି ।ସେହିପରି ଖଜୁରୀ ଖାସ ଅଞ୍ଚଳରେ ଦୁର୍ବୃତ୍ତ ମାନେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି । ପୁଲିସର ସୂଚନା ଅନୁଯାୟୀ ଦୁର୍ବୃତ୍ତ ମାନେ ଯୁବକଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଯୁବକଙ୍କ ବୟସ ୧୯ ବର୍ଷ ହେବ ବୋଲି ପୁଲିସ କହିଛି।

Spread the love