ଡ. ଅଚ୍ୟୁତ ସାମନ୍ତଙ୍କୁ ଶ୍ରୀଲଙ୍କା ସିଲନ୍ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ସମ୍ମାନଜନକ ଫେଲୋସିପ୍
ଭୁବନେଶ୍ୱର : ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଶ୍ରୀଲଙ୍କା ସିଲନ୍ (IChemC)ର ରସାୟନ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ସମ୍ମାନଜନକ ଫେଲୋସିପ୍ ପ୍ରଦାନ କରାଯାଇଛି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏହା ହେଉଛି ଡା. ସାମନ୍ତଙ୍କ ସପ୍ତମ ଫେଲୋସିପ୍।
ଜୁନ୍ ୧୬ ତାରିଖରେ କଲମ୍ବୋରେ ଅନୁଷ୍ଠିତ IChemCର ବାର୍ଷିକ ଅଧିବେଶନରେ ଡ. ସାମନ୍ତଙ୍କୁ ସମ୍ମାନିତ କରାଯାଇଥିଲା । ମାତ୍ର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଡ. ସାମନ୍ତ ଅଧିବେଶନରେ ଯୋଗ ଦେଇପାରି ନଥିବାରୁ ତାଙ୍କ ପ୍ରତିନିଧି KIIT ପ୍ରଫେସର ରୋଜାଲିନ୍ ସାହୁ ଡା. ସାମନ୍ତଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଡ. ସାମନ୍ତଙ୍କୁ ୨୦୨୫ ବାର୍ଷିକ ଅଧିବେଶନର ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଡ. ସାମନ୍ତଙ୍କୁ ଏହି ସମ୍ମାନଜନକ ଫେଲୋସିପ୍ ପାଇଁ ମନୋନୀତ କରାଯାଇଥିବାରୁ ସେ IChemCକୁ ଧନ୍ୟବାଦ ଜଣାଇଛନ୍ତି। ସୁଚନାଯୋଗ୍ୟ, IChemC ଶ୍ରୀଲଙ୍କାର ସର୍ବପୁରାତନ ବୈଜ୍ଞାନିକ ସଂଗଠନ ମଧ୍ୟରୁ ଗୋଟିଏ ।