କିସରେ ପାଠ ପଢିବେ ଆଦିବାସୀ ଝିଅ ଶିଖା, ସାହାଯ୍ୟର ହାତ ବଢାଇଲେ ଡଃ ଅଚ୍ୟୁତ ସାମନ୍ତ

କଣ୍ଟାମାଳ : କିସରେ ପାଠ ପଢିବେ ଆଦିବାସୀ ଝିଅ ଶିଖା ମଲ୍ଲିକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବର ଗାଁ ପଂଚାୟତ ଲୁଇସିଙ୍ଗ ଗାଁର ଗରିବ ଝିଅ ଶିଖା ମଲ୍ଲିକ।କଣ୍ଟାମାଳ ପଂଚାୟତ ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ରୀ । ବାପା ଛେଉଣ୍ଡ ଶିଖାଙ୍କୁ ସାହାଯ୍ୟର ହାତ ବଢ଼େଇଛନ୍ତି କିସ୍ କିଟ୍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ। ଏନେଇ ଗତକାଲି କଣ୍ଟାମାଳ ଠାରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ମେଳା ଶିବିରରେ ଶିଖା ଡଃ ସାମନ୍ତଙ୍କ ଭେଟିବା ସହ ଡଃ ସାମନ୍ତଙ୍କ ଏକ ପେନ୍ସିଲ ଆର୍ଟ ପ୍ରଦାନ କରିଥିଲେ।ଏହି ଅବସରରେ ଡଃ ସାମନ୍ତ ଶିଖାଙ୍କର ପରିସ୍ଥିତି ବିଷୟରେ ଜାଣିବା ପରେ ତାଙ୍କୁ କିସ୍ ରେ ପାଠ ପଢିବା ପାଇଁ କହିବା ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ କହିଛନ୍ତି ।

ସୂତନା ଥାଉକି, ପିତାମାତା ହରାଇ ଅସହାୟ ହୋଇପଡିଥିବା କିମ୍ବା ଅନ୍ୟ କୌଣସି କାରଣରୁ ପାଠ ପଢ଼ି ପାରୁନଥିବା ପିଲାମାନଙ୍କ ପାଇଁ କିସ୍‍ ଫାଉଣ୍ଡେସନ୍‍ ସର୍ବଦା ଆଗେଇ ଆସିଥାଏ । ଶିକ୍ଷା ବିନା ଯେପରି କୌଣସି ପିଲାର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ନ ଯାଏ ସେଥିପ୍ରତି କିସ୍‍ ଫାଉଣ୍ଡେସନ୍‍ ସର୍ବଦା ଯତ୍ନଶୀଳ ରହି ଆସିଛି । ତେବେ ଶ୍ରୀ ସାମନ୍ତଙ୍କ ଏପରି ଉଦ୍ୟମକୁ ନେଇ ଛାତ୍ରୀ ଶିଖା ମଲ୍ଲିକ ଖୁସି ହୋଇଛନ୍ତି। ପ୍ରତିଭାର ପରିପ୍ରକାଶ ପାଇଁ ସବୁବେଳେ ସାହାରା ଦେଇ ଆସିଛନ୍ତି କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଏହି କ୍ରମରେ ଏବେ ସେ ଜଣେ ମେଧାବୀ ଆଦିବାସୀ ଛାତ୍ରୀଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ । ଅନେକ ଛାତ୍ରଛାତ୍ରୀଙ୍କ ପୃଷ୍ଠପୋଷକ ସାଜିଥିବା ଡ. ସାମନ୍ତ ଏବେ ପୁଣି ଆଉ ଜଣେ ଛାତ୍ରୀଙ୍କ ପାଇଁ ଆଗକୁ ବଢ଼ିବାର ବାଟ ଖୋଲିଛନ୍ତି।

Spread the love