ମହାକାଶ ଗବେଷଣାରେ ପାକିସ୍ତାନକୁ ସାହାଯ୍ୟ କରିବ ଡ୍ରାଗନ୍

ନୂଆଦିଲ୍ଲୀ, ୨୯/୦୧: ପାକିସ୍ତାନକୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛି ଚୀନ୍ । ବ୍ୟବସାୟ କ୍ଷେତ୍ରରେ ଆତଙ୍କବାଦୀ ଦେଶ ପାକିସ୍ତାନକୁ ସହାୟତା କରୁଥିବା ଡ୍ରାଗନ ଏବେ ମହାକାଶ ଗବେଷଣା ଉପରେ ସାହାଯ୍ୟ କରିବ ।

ଚୀନ କହିଛି ଯେ, ଇସଲାମାବାଦ ସହଯୋଗରେ ସେ ମହାକାଶ ମିଶନ ଉପରେ କାମ କରିବ । ପାକିସ୍ତାନରେ ଅନ୍ତରୀକ୍ଷ କ୍ଷେତ୍ର ତିଆରି ହେବ  । ଏଠାରୁ ଅଧିକରୁ ଅଧିକ ଉପଗ୍ରହ ଉତକ୍ଷେପଣ କରାଯିବ । ଚୀନ ତରଫରୁ ଜାରି ମହାକାଶ କାର୍ଯ୍ୟକ୍ରମ ୨୦୨୧ ରିପୋର୍ଟରେ ଅନେକ ଥର  ପାକିସ୍ତାନ ବାବଦରେ ଉଲ୍ଲେଖ ହୋଇଛି ।

ଡ୍ରାଗନର ନିଜସ୍ୱ ସ୍ପେସ୍ ଷ୍ଟେସନ ରହିଛି । ଏବେ ଡ୍ରାଗନ ପାକ୍ ପାଇଁ ରକେଟ ବିକାଶ କରିବ । ଇସାଲାମାବାଦରେ ସ୍ପେସ୍ ସେଣ୍ଟର ପ୍ରତିଷ୍ଠା ଦିଗରେ ଗୁରୁତ୍ୱ ଦେବ । ୫ବର୍ଷରେ ଉଭୟ ଦେଶ ମିଳିତ ବାବେ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଅନେକ କାମ କରିବେ ବୋଲି ସୂଚନା ମିଳିଛି ।

ପୂର୍ବରୁ ୨୦୧୮ରେ ଡ୍ରାଗନ ପାକିସ୍ତାନକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ସାହାଯ୍ୟ କରିଛି । ପାକ୍‌ର ପ୍ରଥମ ଅପଟିକାଲ ରିମୋଟ ସେନସିଂ ସାଟେଲାଇଟ୍ ବିଆରଏସଏସ-୧ ଓ ପାକଟେସ୍-୧ଏ ଲଞ୍ଚ୍ କରିଥିଲା । ଯାହା ଚୀନ ଦ୍ୱାରା ସମ୍ଭବ ହୋଇପାରିଥିଲା ।

ପାକିସ୍ତାନ ପୂର୍ବରୁ ଚୀନ୍ ଅନେକ ଦେଶକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ସାହାଯ୍ୟ କରିସାରିଛି । ସାଉଦି ଆରବ, ପାକିସ୍ତାନ, ଆର୍ଜେଣ୍ଟିନା, ବ୍ରାଜିଲ, କାନାଡାକୁ ଚୀନ ସାଟେଲାଇଟ୍ କ୍ୟାରିଂ ଓ ଲଞ୍ଚିଂ ମାମଲାରେ ଅନେକ ସାହାଯ୍ୟ କରିଛି ।

Spread the love