ବିମାନ ବନ୍ଦରରେ ୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ବ୍ୟାଗରେ ଲୁଚାଇ ଆଣୁଥିଲେ ୟୁଏଇରୁ ଫେରିଥିବା ମହିଳା

ଜୟପୁର ୧୯।୧୨: ଜୟପୁର ବିମାନ ବନ୍ଦରରୁ ସକାଳେ କଷ୍ଟମ ବିଭାଗକୁ ବଡ ସଫଳତା ମିଳିଛି। କଷ୍ଟମ ବିଭାଗ ପ୍ରାୟ ୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି। ୟୁଏଇରୁ ଫେରିଥିବା ଜଣେ ମହିଳାଙ୍କ ବ୍ୟାଗରୁ ଡ୍ରଗ୍ସ ଜବତ ହୋଇଥିବା ଜଣା ପଡିଛି।

ମହିଳା ନିଜ ବ୍ୟାଗରେ ଡ୍ରଗ୍ସ ଲୁଚାଇ ବିମାନ ବନ୍ଦରରେ ଚକମା ଦେବାକୁ ଚେଷ୍ଟା କରୁଥିଲେ। ସେ ବିମାନ ବନ୍ଦରରେ ଓହ୍ଲାଇବା ମାତ୍ରେ ତାଙ୍କ ଆବଭାବ ଦେଖି କଷ୍ଟମ ବିଭାଗ ଓ ପୋଲିସଙ୍କର ମହିଳାଙ୍କ ଉପରେ ସନ୍ଦେହ ହୋଇଥିଲା। ତୁରନ୍ତ ଉଭୟ ବିଭାଗର ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇ ମହିଳାଙ୍କ  ତଲାସି ନେଇଥିଲେ। ଆଉ ବ୍ୟାଗରୁ ଡ୍ରଗ୍ସ ଜବତ ହୋଇଛି।

ଡ୍ରଗ୍ସର ପରିମାଣ ପାଖାପାଖି ୨  କିଲୋ ହେବ। ପ୍ରାରମ୍ଭିକ ଯାଞ୍ଚରେ ଏହା ହେରୋଇନ ବୋଲି ସନ୍ଦେହ  କରାଯାଉଛି। ଅନ୍ତର୍ଜାତୀୟ ବଜାରରେ ଏହାର ଆନୁମାନିକ ମୂଲ୍ୟ ୨୦ କୋଟି ଟଙ୍କା ହେବ। କଷ୍ଟମ ବିଭାଗ ଡ୍ରଗ୍ସ ଯାଞ୍ଚରେ ଜୁଟି ଯାଇଛି।

Spread the love