DRDO ତଥ୍ୟ ଲିକ୍ ଘଟଣାରେ ହନି ଟ୍ରାପ୍ ଲିଙ୍କ୍

ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି DRDOର ତଥ୍ୟ ଲିକ୍ ଘଟଣାରେ 4 ଜଣ ଠିକା କର୍ମଚାରୀଙ୍କୁ ଜିଲ୍ଲା ପୋଲିସ ଗିରଫ କରିବା ଘଟଣା । ଆଜି 4 ଜଣଙ୍କୁ ବାଲେଶ୍ୱର ଏସଡିଜେଏମ୍ କୋର୍ଟରେ ତାଙ୍କୁ ହାଜର କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ହନି ଟ୍ରାପ ଲିଙ୍କ୍ ଥିବା ଆଜି ଜାଣିବାକୁ ମିଳିଛି । ଆଜି ସମସ୍ତଙ୍କୁ ବାଲେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯିବ ।

ସୁତ୍ର ମୁତାବକ, ସୁନ୍ଦରୀ ମହିଳାଙ୍କ ପ୍ରେମରେ ପଡି ଗୁପ୍ତ ତଥ୍ୟ ଦେଉଥିଲେ । ଲଗାତାର କିଛିଦିନ ଧରି ସେମାନେ ଏକ ମହିଳାଙ୍କ ଯୋଗାଯୋଗରେ ଥିଲେ । ସେମାନଙ୍କ ଆକାଉଣ୍ଟକୁ ମହିଳାଙ୍କ ଆକାଉଣ୍ଟରୁ ଟଙ୍କା ଆସିଥିବା ପ୍ରମାଣ ମଧ୍ୟ ମିଳିଛି ।

ଅଭିଯୁକ୍ତମାନେ ହେଲେ ଝାମ୍ପୁରା ଅଞ୍ଚଳର ବସନ୍ତ ବେହେରା ଯିଏ କି ଏସି ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ସେହିପରି ବୁଆଁଳ ଅଞ୍ଚଳର ହେମନ୍ତ ମିସ୍ତ୍ରୀ ଡିଜି ଅପରେଟର ଭାବେ କାର୍ଯ୍ୟ କରୁଥିଲା। ତାପସ ନାୟକ ନାମକ ଅଭିଯୁକ୍ତର ଘର ପଲସିଆ ଅଞ୍ଚଳର ହୋଇଥିବା ବେଳେ ସେ ଆଇଟିଆର ଗେଟରେ କାମ କରୁଥିଲେ।ଏବଂ ଶ୍ରୀକୋଣା ଅଞ୍ଚଳର ଶେଖ ମୁସାଫିର ମଧ୍ୟ ଏସି ଅପରେଟର ଭାବେ କାମ କରୁଥିଲା।

Spread the love