ଚାନ୍ଦିପୁରରୁ ସ୍ବଳ୍ପ ଦୂରଗାମୀ ଏଡିଏସ୍ କ୍ଷେପଣାସ୍ତ୍ରର ସଫଳ ବିମାନ ପରୀକ୍ଷଣ
ବାଲେଶ୍ବର/ଚାନ୍ଦିପୁର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା(ଡିଆରଡିଓ)ର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି(ଆଇଟିଆର୍)ରୁ ଅତି ସ୍ବଳ୍ପ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମ(ଭିଏସ୍ଆର୍ଏଡିଏସ୍) ମିସାଇଲର କ୍ରମାଗତ ୨ଟି ପରୀକ୍ଷଣ ସଫଳ ହୋଇଛି। ଭିଏସ୍ଆର୍ଏଡିଏସ୍ ହେଉଛି ଏକ ମ୍ୟାନ୍ ପୋର୍ଟେବଲ୍ ଏୟାର ଡିଫେନ୍ସ ସିଷ୍ଟମ୍ ଯାହା ସ୍ୱଳ୍ପ ଦୂରତାରେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଆକାଶମାର୍ଗରେ ଆସୁଥିବା ବିପଦକୁ ସାମ୍ନା କରିବା ପାଇଁ ଉଦ୍ଦିଷ୍ଟ ହୋଇଛି।
ହାଇଦ୍ରାବାଦର ଅନୁସନ୍ଧାନ କେନ୍ଦ୍ର ଇମାରତ ଦ୍ବାରା ଡିଆରଡିଓର ଲାବେରେଟୋରି ଏବଂ ଭାରତୀୟ ଶିଳ୍ପ ସହଭାଗୀମାନଙ୍କ ସହଯୋଗରେ ଏହାର ଡିଜାଇନ୍ ବିକଶିତ କରାଯାଇଛି। ଏହି କ୍ଷେପଣାସ୍ତ୍ରରେ ଡୁଆଲ ବ୍ୟାଣ୍ଡ ଆଇଆଇଆର୍ ସିକର, ମିନିଟ୍ରାଇଜଡ୍ ପ୍ରତିକ୍ରିୟା ସିଷ୍ଟମ୍ ଏବଂ ଇଣ୍ଟିଗ୍ରେଟେଡ୍ ଏଭିଓନିକ୍ସ ସହିତ ଅନେକ ପ୍ରକାର ଟେକ୍ନୋଲୋଜି ପ୍ରାୟୋଗ କରାଯାଇଛି। ତେବେ ପରୀକ୍ଷଣ ବେଳେ ଏହି ମିସାଇଲ ସମସ୍ତ ଲକ୍ଷ୍ୟ ହାସଲ କରିଥିବା ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି। ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଡିଆରଡିଓ ତଥା ପ୍ରତିରକ୍ଷା ବିଭାଗର ଆର ଆଣ୍ଡ ଡି ଚେୟାରମେନ୍ ଡକ୍ଟର ସମୀର ଭି କମାଟ ଏହି ମିଶନରେ ଜଡ଼ିତ ସମସ୍ତ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।