DRDO ବୈଜ୍ଞାନିକ ଗିରଫ

ମହାରାଷ୍ଟ୍ର ପୁଣେରୁ ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଛି ଏଟିଏସ୍ ବା ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ । ପ୍ରଦୀପ ହନିଟ୍ରାପରେ ଫଶି ପାକିସ୍ତାନକୁ ଗୁପ୍ତ ସୂଚନା ସବୁ ଦେଉଥିବା ଅଭିଯୋଗ ହୋଇଛି । କୁହାଯାଉଛି ଯେ, ପ୍ରଦୀପ କୁରୁଲକର ହ୍ୱଟ୍ସଆପ୍ କଲ୍ ଓ ହ୍ୱାଟ୍ସଆପ ମେସେଜ ଜରିଆରେ ଡିଆରଡିଓର ଗୁପ୍ତ ତଥ୍ୟ ସବୁ ପାକିସ୍ତାନର ଗୁପ୍ତଚର ବିଭାଗକୁ ଦେଉଥିଲେ । ଏଥିପାଇଁ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ ହ୍ୟାଣ୍ଡେଲ ହନିଟ୍ରାପରେ ତାଙ୍କୁ ଫଶାଇଥିଲା ।

ଆଣ୍ଟି ଟେରରିଷ୍ଟ୍ ସ୍କ୍ୱାଡ ଦ୍ୱାରା ଆୟୋଜିତ ପ୍ରେସ ରିଲିଜରେ କୁହାଯାଇଛି ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି (ପିଆଇଓ) ହ୍ୱାଟ୍ସଆପ୍ ଭଏସ୍ କଲ୍, ଭିଡିଓ ଆଦି ସେୟାର କରି ଡିଆରଡିଓ ବୈଜ୍ଞାନିକ ପ୍ରଦୀପ ଗୁରୁଲକରଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରଦୀପ ମଧ୍ୟ ଏ ମାୟାଜାଲରେ ଫଶିଯାଇ ନିଜ ପଦର ଦୁରୁପଯୋଗ କରିଥିଲେ । ଏବଂ ଦେଶର ଅତି ସମ୍ବେଦନଶୀଳ ତଥ୍ୟକୁ ସେୟାର କରିଥିଲେ । ଏହା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ଏକାଧିକ ମାମଲା ଦାଏର କରାଯିବା ସହ ତାଙ୍କୁ ଜେରା କରାଯିବାର ସୂଚନା ରହିଛି ।

Spread the love