ଗର୍ଭାବସ୍ଥାରେ ନିଶ୍ଚୟ ପିଅନ୍ତୁ କେସର ମିଶ୍ରିତ କ୍ଷୀର, ଶରୀରକୁ ମିଳିବ ଅନେକ ଫାଇଦା

ଗର୍ଭାବସ୍ଥାରେ ମହିଳାମାନେ ନିଜର ସ୍ୱତନ୍ତ୍ର ଭାବେ ଯତ୍ନ ନେଇଥାନ୍ତି। କେବଳ ମହିଳା ନିଜେ ନୁହେଁ, ପରିବାରର ସଦସ୍ୟମାନେ ମଧ୍ୟ ମା’ର ବିଶେଷ ଯତ୍ନ ନିଅନ୍ତି। ଏହି ସମୟରେ କେସରଯୁକ୍ତ କ୍ଷୀର ପିଇବାକୁ ବୟୋଜ୍ୟେଷ୍ଠମାନେ କହିଥାନ୍ତି। କେସର ଉଭୟ ମା’ ଓ ପିଲା ପାଇଁ ହିତକର ହୋଇଥାଏ। ଦୁନିଆର ସବୁଠୁ ଦାମୀ ମସଲା ମଧ୍ୟରୁ କେସର ଗୋଟିଏ। ଏହାକୁ ମୁଖ୍ୟତଃ ତ୍ୱଚାକୁ ଗୋରା କରିବାକୁ ବ୍ୟବହାର କରାଯାଏ। ତେବେ କେବଳ ତ୍ୱଚା ନୁହେଁ, ଶରୀର ପାଇଁ ମଧ୍ୟ ଏହା ଦରକାରୀ ହୋଇଥାଏ। ଗର୍ଭବତୀ ମହିଳାମାନେ କେସର ସେବନ କଲେ ତାଙ୍କ ଗର୍ଭରେ ଥିବା ପିଲା ଗୋରା ରଙ୍ଗର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହା ବ୍ୟତୀତ କେସର ସେବନର ଆଉ କିଛି ଫାଇଦା ରହିଛି…
ଗର୍ଭାବସ୍ଥାରେ ପ୍ରାୟତଃ ମହିଳାଙ୍କ ଆଖି ଫୁଲିଯାଏ ଓ ଲାଲ୍‌ ପଡ଼ିଯାଏ। ଏଭଳି ସମସ୍ୟା ଥିଲେ କେସରଯୁକ୍ତ କ୍ଷୀର ପିଇବା ଲାଭଦାୟକ ହୋଇଥାଏ।
ଗର୍ଭାବସ୍ଥାରେ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ। କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଓ ଅପଚ ଭଳି ସମସ୍ୟା ଗର୍ଭାବସ୍ଥାରେ ଏକ ସାଧାରଣ କଥା। କେସର ସେବନ କଲେ ପାଚନ କ୍ରିୟା ତ୍ୱରାନ୍ଵିତ ହୋଇଥାଏ ଓ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୁଏ।
କେସର ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ।
କେସର ଏକ ଭଲ କଷ୍ଟ ନିବାରକ। ଏହା ଦ୍ୱାରା ଗର୍ଭାବସ୍ଥାରେ ହେଉଥିବା ଷ୍ଟିପ୍‌ନେସ୍‌ ଦୂର ହୁଏ।
ଗର୍ଭାବସ୍ଥାରେ ମହିଳାମାନେ ବିଭିନ୍ନ ପ୍ରକାରର ଔଷଧ ଖାଇଥାନ୍ତି। ଯାହା ଦ୍ୱାରା ରକ୍ତ ଚାପ ବୃଦ୍ଧିପାଏ। ଏଭଳି ସ୍ଥିତିରେ ପ୍ରତିଦିନ ଚିମୁଟେ କେସରକୁ କ୍ଷୀରରେ ଗୋଳାଇ ପିଇବା ଲାଭଦାୟକ ହୋଇଥାଏ।

Spread the love