ପାନୀୟ ଜଳ ଯୋଗାଣରେ ୨୩ଟା ପାରାମିଟର୍ ରୁ ୧୮ଟାରେ ଓଡିଶା ଫେଲ୍ : ବିଜେପି

ଓଡିଶାର ୮୦ ପ୍ରତିଶତ ଲୋକ ନିଜସ୍ୱ ବ୍ୟବସ୍ଥାରେ ନିଜର ପାନୀୟ ଜଳର ଚାହିଦା ମେଂଟାଉଛନ୍ତି । ବିଶେଷ ଭାବେ ଏହି ଚାହିଦା ମେଂଟାଇବାକୁ ରାଜ୍ୟବାସୀ ସାଧାରଣରେ କୁଅ, ନଳକୁପ, ଚୁଆ ଆଦି ଉପରେ ନିର୍ଭର କରୁଛନ୍ତି । ରାଜଧାନୀ ଭୁବନେଶ୍ୱରରେ ମାତ୍ର ୧୪% ଲୋକଙ୍କୁ ସରକାର ପାଇପ ଯୋଗେ ପାଣି ଯୋଗାଉଥିବାବେଳେ ବଳକା ୮୬% ଲୋକ ଏବେବି ପାଇପ ପାଣିରୁ ବଂଚିତ । ସେହିପରି ଗ୍ରାମାଂଚଳରେ ବର୍ତମାନ ସୁଦ୍ଧା ମାତ୍ର ୩.୫% ଘରକୁ ପାଇପ ଯୋଗେ ପାନୀୟ ଜଳ ଆସୁଛି । ୨୦୨୦ ମସିହା ସୁଦ୍ଧା ସମଗ୍ର ରାଜ୍ୟବାସୀଙ୍କ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସରକାର ଦେଇଥିବା ପ୍ରତିଶୃତି ପାଳନ କରିବାରେ ବିଜେଡି
ସରକାର ବିଫଳ ହୋଇଛନ୍ତି ବୋଲି ରାଜ୍ୟ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଡ.ସାମନ୍ତସିଂହାର ଅଭିଯୋଗ କରି କହିଛନ୍ତି ଯେ, ଗୋଟିଏ ଗଣମାଧ୍ୟମରେ ରିପୋର୍ଟକୁ ଆଧାର କରି ଭୁବନେଶ୍ୱର ଭାରତବର୍ଷର ଶୁଦ୍ଧ ପାନୀୟଜଳ ଯୋଗାଇବାରେ ଦେଶରେ ଦ୍ୱିତୀୟ ବୋଲି ଶାସକ ବିଜେଡି ପ୍ରଚାର କଲା ।
ମାତ୍ର ନିତି ଆୟୋଗ ଏବଂ ଅନ୍ୟାନ୍ୟ ଏଜେନ୍ସି ଯଥା ଡେଭ୍ଲୋପ୍ମେଂଟ୍ ଅଲ୍ଟର୍ନେଟିଭ୍ସ, କେପିଏମ୍ଜି ଏବଂ ଜର୍ମାନୀର ହ୍ୟାନରିକ୍ ବୋଲ୍ ଭଳି ଏମିତି ଅନେକ ରାଷ୍ଟ୍ରିୟ ଏବଂ ଅନ୍ତରାଷ୍ଟ୍ରୀୟ ରିସର୍ଚ ଏଜେନ୍ସିମାନଙ୍କ ତଥ୍ୟ ଏକାଠି
କଲାପରେ ଜଣାପଡୁଛି ଯେ, ଓଡିଶାର ପାନୀୟ ଜଳ ଅନେକ ମାତ୍ରାରେ ଦୂଷିତ ଏବଂ ଉପଯୋଗୀହୀନ । ୨୦ବର୍ଷ
ଶାସନରେ ରହିଲା ପରେ ମଧ୍ୟ ଶାସକ ବିଜେଡି ବର୍ତମାନ ସୁଦ୍ଧା ରାଜ୍ୟବାସୀଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇବାରେ ସମ୍ପୂର୍ଣ୍ଣ
ଭାବେ ବିଫଳ ହୋଇଛି ।
ଦ୍ୱିତୀୟତଃ ରାଜ୍ୟରେ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରମାନଙ୍କରେ ଯେତିକି ବ୍ୟର୍ଜ ପାଣି ବାହାରୁଛି,
ସେଥିରୁ ମାତ୍ର ୬% ଉପଯୋଗ କରିବାର କ୍ଷମତା ରାଜ୍ୟସରକାରଙ୍କର ଥିବାବେଳେ ବଳକା ୯୪ ପ୍ରତିଶତ ଅନୁପଯୋଗ ପାଣି ବୋହିଯାଇ ମାଟି ତଳେ ଥିବା ଶୁଦ୍ଧ ପାଣିକୁ ଦୂଷିତ କରୁଛି । ଏହି ପାଣିରୁ ହିଁ ସାଧାରଣ ଲୋକେ ବୋରିଙ୍ଗ କରି
ପାଣି ବ୍ୟବହାର କରୁଥିବା କାରଣରୁ ଲୋକମାନଙ୍କୁ ଜଣ୍ଡିସ୍, ଡାଇରିଆ, କିଡନୀ ରୋଗ ଭଳି ମାରାତ୍ମକ ରୋଗ ହେଉଛି । ଏଥିରୁ ସାଧାରଣରେ ଅନୁମାନ କରାଯାଇପାରେ, ଆମକୁ ଯେଉଁ ପାଣି ପାଇପ୍ ଯୋଗେ ମିଳୁଛି ତାହା କେତେ
ମାତ୍ରାରେ ଶୁଦ୍ଧ ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କହିଛନ୍ତି ।
ନୀତି ଆୟୋଗଙ୍କ ଡବଗ୍ଧରକ୍ସ ଓଦ୍ଭୟରଙ୍ଘ ରିପୋର୍ଟରେ ସ୍ପଷ୍ଟ ଭାବେ ହୋଇଛି ଯେ, ପାନୀୟ ଜଳ ଯୋଗାଣରେ ଆବଶ୍ୟକୀୟ ୨୩ଟା ପାରାମିଟର୍ରୁ ୧୮ଟାରେ ଓଡିଶା ଫେଲ୍ ହୋଇଛି । ଲଗାତାର୍ ଭାବରେ
ଓଡିଶାର ସ୍ଥାନ ଖସି ଖସି ବର୍ତମାନ ୧୮ଟି ବଡ ରାଜ୍ୟରୁ ୧୪ତମ ସ୍ଥାନରେ ଓଡିଶା ରହିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡ.ସାମନ୍ତସିଂହାର କହିଛନ୍ତି ।
ବିଜୁ ଜନତା ଦଳର ସରକାର ୨୦ ବର୍ଷ ଶାସନ କରିବା ପରେ ମଧ୍ୟ ପାନୀୟ ଜଳ ଭଳି ଏକ ମୌଳିକ ବ୍ୟବସ୍ଥାକୁ ରାଜ୍ୟବାସୀଙ୍କ ପାଖରେ ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନ୍ୟ ପଟେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକାରୀ ତଥ୍ୟ ବିଧାନସଭାରେ ଦେଉଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅବସରରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର୍ ରଞ୍ଜିତ୍ ଦାସ୍
ଉପସ୍ଥିତ ଥିଲେ ।

Spread the love