ଏହି ସମୟରେ କୋଲ୍ଡଡ୍ରିଙ୍କସ୍‌ ପିଇବା ମନା…

ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନେବା ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ଏକ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ । ରକ୍ତ ଶର୍କରା, ବ୍ଲଡ୍‌ ପ୍ରେସର ଓ ଶରୀରର ଓଜନ ଆଦି ଦିଗ ପ୍ରତି ଏହି ସମୟରେ ବିଶେଷ ଦୃଷ୍ଟି ଦିଆଯିବା ଆବଶ୍ୟକ । ବହୁ ସମୟରେ ଗର୍ଭବତୀ ମହିଳାମାନେ ଅଜାଣତରେ ଏପରି ଜିନିଷ ଖାଦ୍ୟରେ ଗ୍ରହଣ କରିଥାନ୍ତି ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବଡ଼ ବିପଦ ଆଣି ଦେଇଥାଏ। ଗର୍ଭରେ ଥିବା ଶିଶୁକୁ ହାନି ପହଞ୍ଚାଇବା ଭଳି ଏପରି କିଛି ଜିନିଷ ଖାଇବା ଗର୍ଭବତୀଙ୍କ ପାଇଁ ଅନୁଚିତ । ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟପେୟ ଗ୍ରହଣ କଲେ ଭଲ । ଗର୍ଭାବସ୍ଥା ସମୟରେ ବହୁ ମହିଳା କୋଲ୍ଡଡ୍ରିଙ୍କସ୍‌ ପିଇଥାନ୍ତି। ଏହି ସମୟରେ କୋଲ୍ଡଡ୍ରିଙ୍କସ୍‌ ପିଇବା ଶିଶୁ ଲାଗି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଗର୍ଭାବସ୍ଥାରେ କୋଲ୍ଡଡ୍ରିଙ୍କସ୍‌ , ସୋଡ଼ା କିମ୍ବା ଶର୍କରା ଥିବା ଯେକୌଣସି ପାନୀୟ ପିଇବା ଦ୍ୱାରା ଶିଶୁ ପରବର୍ତ୍ତୀ ସମୟରେ ମେଦବହୁଳତାର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଥାଏ। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଗର୍ଭାବସ୍ଥାରେ ଯେଉଁ ମହିଳାମାନେ ନିୟମିତ କୋଲ୍ଡଡ୍ରିଙ୍କସ୍‌ ପିଇଥାନ୍ତି ସେମାନଙ୍କଠାରୁ ଜନ୍ମ ନେବାକୁ ଯାଉଥିବା ଶିଶୁର ବଡି ମାସ୍‌ ଇଣ୍ଡେକ୍ସ ବହୁତ ଅଧିକ ହୋଇଥାଏ। ଗର୍ଭାବସ୍ଥାରେ କୋଲ୍ଡଡ୍ରିଙ୍କସ୍‌ ପିଇଥିବା ମହିଳାମାନଙ୍କ ସନ୍ତାନମାନେ ଖୁବ୍‌ କମ୍‌ ବୟସରେ ପାଚନକ୍ରିୟା ଏବଂ ଶରୀର ଓଜନ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

Spread the love