ମହିଳା ମଦ୍ୟପାନରେ ନବମ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର : ସମାଜରେ ସାଧାରଣତଃ ପୁରୁଷ ମାନେ ମଦ୍ୟ ପାନ କରନ୍ତି ବୋଲି ଏକ ଧାରଣା ରହିଛି । ହେଲେ ମହିଳା ମାନେ ମଧ୍ୟ ମଦ୍ୟ ପାନରେ ପଛରେ ପଡ଼ିନାହାନ୍ତି । ଦେଶର ବିଭିନ୍ନ ରାଜ୍ୟର ୧୫ ବର୍ଷରୁ ୪୯ ବର୍ଷ ବୟସ୍କ ମହିଳାଙ୍କୁ ନେଇ କରାଯାଇଥିବା ଏକ ସର୍ଭେକ୍ଷଣରୁ ଏହା ଜଣାପଡ଼ିଛି । ଏହି ତାଲିକାରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶ ଶୀର୍ଷରେ ରହିଥିବା ବେଳେ ସିକିମ୍ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଓଡ଼ିଶା ଏହି ତାଲିକାରେ ନବମ ସ୍ଥାନରେ ରହିଥିବା ଜଣାପଡ଼ିଛି। ଇଣ୍ଡିଆ ଇନ୍ ଫିକ୍ସଲ ନାମକ ସଂସ୍କାର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଥିଲା।ସାମଗ୍ରିକ ଭାବେ ମଦ ପିଉଥିବା ମହିଳାଙ୍କ ମଧ୍ୟରୁ ୧୮ ପ୍ରତିଶତ ମହିଳା ପ୍ରତିଦିନ ମଦ୍ୟ ପାନ କରିଥାଆନ୍ତି। ସେହିପରି ୩୫ ପ୍ରତିଶତ ମହିଳା ସପ୍ତାହକୁ ଥରେ ମଦ୍ୟ ପାନ କରିବାକୁ ପସନ୍ଦ କରିଥାନ୍ତି । ଓଡ଼ିଶାରେ ମଦ୍ୟପାନ କରୁଥିବା ମହିଳାଙ୍କ ପ୍ରତିଶତ ୪୩% ରହିଛି। ୭% ଅନୁସୂଚିତ ଜନଜାତି(ଏସ୍‌ଟି) ମହିଳା ମଦ୍ୟ ପାନ କରୁଥିବା ଜଣାପଡ଼ିଛି। ପ୍ରକାଶିତ ତାଲିକାରେ ଅରୁଣାଚଳ ପ୍ରଦେଶ ୨୪.୨%, ସିକିମ୍ ୧୬.୨%, ଆସାମ ୭.୩%, ତେଲେଙ୍ଗାନା ୬.୭%, ତ୍ରିପୁରା ୬.୨%, ଝାଡଖଣ୍ଡ ୬.୧%, ଗୋଆ ୫.୫%, ଛତିଶଗଡ଼ ୫% ଏବଂ ଓଡ଼ିଶା ୪.୩ % ରହିଛି। ନିକଟରେ ପ୍ରକାଶିତ ଜାତୀୟ ସ୍ୱାସ୍ଥ୍ୟ ପରିବାର ସର୍ଭେକ୍ଷଣ ୨୦୨୦-୨୧ ରିପୋର୍ଟରୁ ଏହି ତଥ୍ୟ ମିଳିଥିବା ଜଣାପଡ଼ିଛି।

Spread the love