ଜୁନ୍ ୩୦ ଯାଏଁ ବଢିଲା ଡ୍ରାଇଭିଂ ଲାଇସେନ୍ସ ଏବଂ ପଲ୍ୟୁସନ୍ ପ୍ରମାଣପତ୍ରର ଅବଧି

ଭୁବନେଶ୍ୱର, ୩୧/୦୩: ଗାଡି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ଫେବ୍ରୁଆରିରେ ଅବଧି ସରିଥିବା ଗାଡ଼ିଗୁଡ଼ିକର କାଗଜପତ୍ରର ନବୀକରଣ ଆବଶ୍ୟକତା ନାହିଁ । ଏହା ଜୁନ ୩୦ ତାରିଖ ଯାଏଁ ବୈଧ ବିବେଚନା କରାଯିବ । ତେବେ ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଯଦି ଗାଡ଼ିର ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ପଲ୍ୟୁସନ ଏବଂ ପରମଟର ବୈଧତା ଏହି ସମୟରେ ସରୁଛି ତେବେ ଏଥିପାଇଁ ଆପଣଙ୍କୁ ଏବେ ଆଉ କୌଣସି ପ୍ରମାଣପତ୍ରର ନବୀକରଣ କରିବାକୁ ପଡ଼ିବ ନାହିଁ । କାରଣ ଏହା ବର୍ତ୍ତମାନ ଆପଣାଛାଏଁ ଜୁନ୍ ୩୦ ତାରିଖ ଯାଏଁ ନବୀକରଣ ହୋଇଯିବ । ବାଟରେ ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍ ଅଧିକାରୀ ଅଟକାନ୍ତି ଗାଡ଼ି ଯାଞ୍ଚ କରନ୍ତି ଏବଂ ଏହି ସମୟରେ ଯଦି ଆପଣଙ୍କର ଡିଏଲ କିମ୍ବା ଗାଡ଼ିର ଅନ୍ୟ କୌଣସି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିବ, ଏଥିପାଇଁ ଆପଣଙ୍କଠାରୁ ଜରିମାନା ଆଦାୟ କରିପାରିବ ନାହିଁ ପୁଲିସ୍ । ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Spread the love