ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର

ଭୁବନେଶ୍ବର ୮।୧୨: ବାଲେଶ୍ଵର କୋର୍ଟରେ ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ହାଜର ହେଲା । ଆଜବାହାରକୁ କୋର୍ଟରେ ହାଜର କଲା ଏସଟିଏଫ୍ । ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାରକୁ ଯୋଧପୁରରୁ ଗିରଫ କରିଥିଲା ଏସଟିଏଫ । ରାଜ୍ୟ ବାହାରେ ଅଜବାହାରର ସମ୍ପତ୍ତି ଥିବା ନେଇ ପ୍ରମାଣ ପାଇଛି ଏସଟିଫ୍ । ଟ୍ରାଞ୍ଜିଟ୍ ରିମାଣ୍ଡରେ ଜେରା ବେଳେ ଏସଟିଏଫ୍ ଏନେଇ ତଥ୍ୟ ପାଇଛି ।

ଅନ୍ୟ ଜଣେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଶେଖ୍ ସମିରୁଦ୍ଦିନ ଓରଫ ଟକୁଲ ରାଜାକୁ ଏସଟିଏଫ୍ ନୋଟିସ୍ ଦେଇଛି । ଦୁଇ କୋଟିରୁ ଅଧିକ ଜବତ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନୋଟିସ୍ ହୋଇଛି । ଟକୁଲୁ ରାଜା ଜଳେଶ୍ବର ଅଂଚଳର କୁଖ୍ୟାତ ବ୍ରାଉନସୁଗାର ବେପାରୀ ଥିଲା ।

Spread the love