ଆଜି ଶପଥ ନେବେ ଦ୍ରୌପଦୀ ମୁର୍ମୁ

ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପେକ୍ଷାରେ ରାଇସିନା ହିଲ୍‌ । ଆଜି ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସକାଳ ୧୦ଟା ୧୪ ମିନିଟରେ ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ ।ଦ୍ରୌପଦୀ ମୁର୍ମୁ ସକାଳ ୧୦ଟା ୧୫ମିନିଟରେ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ସମାରୋହରେ କାର୍ଯ୍ୟଭାର ଗ୍ରହଣ କରିବେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ, ବିଭିିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଗଣ, ସାଂସଦ ଓ ଭାରତ ସରକାରଙ୍କ ପ୍ରମୁଖ ବେସାମରିକ ଓ ସାମରିକ ଅଧିକାରୀ କେନ୍ଦ୍ରୀୟ କକ୍ଷରେ ଉପସ୍ଥିିତ ହେବେ।

ଶପଥ ଉତ୍ସବ ପରେ ୨୧ଟି ତୋପ ସଲାମି ଦିଆଯିବ । ୧୦ଟା ୨୩ ମିନିଟରେ ସେ ଅଭିଭାଷଣ ରଖିବେ । କେନ୍ଦ୍ରୀୟ କକ୍ଷରେ ଉତ୍ସବ ସମାପନ ପରେ ରାଷ୍ଟ୍ରପତି ଭବନକୁ ଯିବେ । ସେଠାରେ ତାଙ୍କୁ ଇଣ୍ଟର ସର୍ଭିସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ।

Spread the love