ମଦ୍ୟପାନ କରି ବସ୍ ଚାଳନା ପଡିଲା ମହଙ୍ଗା : ଡ୍ରାଇଭର ଗିରଫ

ଢେଙ୍କାନାଳ ୯: ‘ଡ୍ରଙ୍କ ଅନ ଡ୍ରାଇଭିଂ’ ଡ୍ରାଇଭ ଜୋରସୋରରେ ଆରମ୍ଭ କରିଛି ଢେଙ୍କାନାଳ ଟାଉନ ପୁଲିସ । ଫଳରେ ମଦ୍ୟପାନ କରି ଏକ ଯାତ୍ରୀବାହୀ ବସ ଚଳାଇ ଯାଇଥିବା ବେଳେ ଟାଉନ ପୁଲିସ ହାତରେ ଧରା ପଡିଛି ।  ଟାଉନ ପୁଲିସ ନାୟକ ନାମକ ଏହି ଯାତ୍ରୀବାହୀ ବସକୁ ଜବତ କରିଛି । ବସର ଡ୍ରାଇଭର ରବୀନ୍ଦ୍ର ନାଥ ସ୍ବାଇଁକୁ ପୁଲିସ ବ୍ରେଥ ଆନାଲାଇଜର ମାଧ୍ୟମରେ ଯାଞ୍ଚ କରିବାରୁ ମଦ୍ୟପାନ କରିଥିବା ଧରାପଡିଛି । ଫଳରେ ଡ୍ରାଇଭରରକୁ ଟାଉନ ଥାନା ପୁଲିସ ଗିରଫ କରିଥିବା ବେଳେ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ ପାଇଁ ପୁଲିସ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଜଣାଇଛି ।  ଏହି ବସଟି ଭୁବନେଶ୍ବରରୁ ବାହାରି ଢେଙ୍କାନାଳ ଦେଇ ତାଳଚେର ଅଭିମୁଖେ ଯାଉଥିଲା । ତେବେ ଢେଙ୍କାନାଳ ଟାଉନ ଥାନା  ସମ୍ମୁଖରେ ପୁଲିସ ମଦ୍ୟପାନ ଜନିତ ଯାଞ୍ଚରେ ଧରାପଡିଥିଲା ।

Spread the love