ଛତିଶଗଡ ମୁହାଁ ଓଡିଶା ଧାନ

 ମାଲାକନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଆରଏମସି ପରିସରରେ ଧିବା ଧାନ ମଣ୍ଡି ର ଚିତ୍ର । ପ୍ରତି ବର୍ଷ ଏହି ମଣ୍ଡି ରେ ଧାନ ରଖିବାକୁ ସ୍ଥାନ ମିଳୁ ନ ଥାଏ । ତେବେ ଚଳିତ ବର୍ଷ ମାଲକାନଗିରି ସଦର ମହକୁମାର ଏହି ଧାନ ମଣ୍ଡି ରେ ୨୦୦୦ କ୍ୱିଂଟାଲ ଧାନ କିଣିବାକୁ ସ୍ଥିର ହୋଇଥିବା ବେଳେ ଏଠାରେ ଧାନ କିମ୍ବା ଚାଷୀଙ୍କ ଭିଡ ନାହିଁ । କାରଣ ଓଡିଶାରେ ଧାନର ସହାୟକ ମୂଲ୍ୟ ୨୧୮୩ ରୁ ୨୨୦୩ ଟଙ୍କା ହୋଇଥିବା ବେଳେ ପଡୋଶୀ ଛତିଶଗଡ଼ରେ ୩୧୦୦ ଟଙ୍କା ପ୍ରତି କ୍ୱିଂଟାଲ ଦରରେ ଧାନ କିଣୁଛନ୍ତି ସରକାର । ଆଉ ଛତିଶଗଡ଼ର ଦଲାଲମାନେ ଓଡିଶା ଚାଷୀଙ୍କ ଘରୁ ଆସି ୨୨୦୦ କିମ୍ବା ୨୩୦୦ ପ୍ରତି କ୍ୱିଂଟାଲ ନଗଦ ଦରରେ ଧାନ କିଣି ନେଉଛନ୍ତି ।

ସେହିପରି ମଣ୍ଡି ବିଳମ୍ବରେ ଆରମ୍ଭ ହେଉଥିବାରୁ ଚାଷୀମାନେ ବିଲରୁ ହିଁ ଧାନ ବିକିବା ଆରମ୍ଭ କରନ୍ତି । ଗତବର୍ଷ ଡିସେମ୍ବର ୧୪ ତୁଳନା ରେ ଚଳିତ ବର୍ଷ ଡିସେମ୍ବର ୨୦ରେ ମଣ୍ଡି ଆରମ୍ଭ ହୋଇଛି । ଏହାର ପୂର୍ବରୁ ଧାନ ବିକ୍ରି କରି ଦେଇଛନ୍ତି ଚାଷୀ । ମାଲାକନଗିରି ମଣ୍ଡିରେ ପ୍ରତିଦିନ ୨ ହଜାର କ୍ୱିଂଟାଲ ଧାନ କିଣିବା ଲାଗି ପ୍ରୋଗ୍ରାମ ରହିଥିବା ବେଳେ ପ୍ରଥମ ଦିନରେ ୭୧୯, ଦ୍ୱିତୀୟ ଦିନରେ ୧୪୧୬, ତୃତୀୟ ଦିନରେ ୧୧୩୧ ଓ ବୁଧବାର ଚତୁର୍ଥ ଦିନରେ ପ୍ରାୟ ୧୪୦୦ କ୍ୱିଂଟାଲ ଧାନ କିଣା ହୋଇଛି । ଯାହା ଟାର୍ଗେଟ ଠାରୁ ୪୦ ପ୍ରତିଶତ କମ୍ ବୋଲି ଜଣାପଡିଛି । ସେହି ପରି ସମଗ୍ର ଜିଲ୍ଲାରେ ଗତ ବର୍ଷ ୨୫ ତାରିଖ ସୁଧା ୨ ଲକ୍ଷ ୪୩ ହଜାର ୬୦୫ କ୍ୱିଂଟାଲ ଧାନ କ୍ରୟ ହୋଇଥିବା ବେଳେ ଚଳିତ ବର୍ଷ ୨୫ ତାରିଖ ସୁଧା ମାତ୍ର ୧ ଲକ୍ଷ ୧୧ ହଜାର କ୍ୱିଂଟାଲ ଧାନ କିଣା ହୋଇଛି । ଯାହା ୫୦ ପ୍ରତିଶତ ଠାରୁ ବି କମ

Spread the love