ଓଲଟିଲା ଟ୍ରକ୍, ଚାଲିଗଲା ୮ ଜୀବନ

ପାଟନା ୨୩/୦୫:   ଭୟଙ୍କର ସଡକ ଦୁର୍ଘଟଣା । ୮ ମୃତ । ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି ।

ସୂଚନାନୁସାରେ, ପୂର୍ଣ୍ଣିଆ ଜିଲ୍ଲାରୁ ଏକ ଟ୍ରକ୍ କିଛି ଲୋକଙ୍କୁ ଧରି ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । କିନ୍ତୁ ଜଲଲାଗଡ ଥାନା ଅନ୍ତର୍ଗତ କାଳୀ ମନ୍ଦିର ରାସ୍ତାରେ ଏହା ହଠାତ ଓଲଟି ପଡିଥିଲା । ଫଳରେ ଟ୍ରକରେ ଥିବା ୮ ଜଣ ବ୍ୟକ୍ତି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଆଉ କିଛି ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିଚୟ ମିଳିପାରି ନାହିଁ । ପୂର୍ଣ୍ଣିଆର ସଦର ଏସଡିପିଓ କହିଛନ୍ତି ଯେ, ତାଙ୍କୁ ଦୁର୍ଘଟଣା ବାବଦରେ ଖବର ମିଳିଥିଲା । ସେ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲେ । ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା ।

Spread the love