ଆଇଏସ୍ ସମ୍ପର୍କରେ ବଡ଼ ଘୋଷଣା କରିବେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ସପ୍ତାହରେ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସମ୍ପର୍କରେ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିବେ । ବିଶେଷ କରି ସିରିଆରେ ଚାଲିଥିବା ଏହି ସଂଗଠନ ବିରୋଧୀ ଲଢ଼େଇର ସ୍ଥିତି ବାବଦରେ ନିଜର ଜାତୀୟ ଅଭିଭାଷଣରେ ମତ ରଖିବେ ବୋଲି ସୂଚନା ଦେଇଛନ୍ତି ସେକ୍ରେଟାରୀ ଅଫ ଷ୍ଟେଟ ମାଇକ ପମ୍ପିଓ ।
ଆସନ୍ତା 5ତାରିଖ କଂଗ୍ରେସର ମିଳିତ ଅଧିବେଶନ ଅନୁଷ୍ଠିତ ହେଉଛି ଓ ଏଥିରେ ଟ୍ରମ୍ପ ଉପରୋକ୍ତ ଅଭିଭାଷଣ ରଖିବେ । ଆଇଏସ୍କୁ ପରାସ୍ତ କରିବା ପାଇଁ ଅନ୍ୟ ରାଷ୍ଟ୍ରର ବିଦେଶ ମନ୍ତ୍ରୀମାନଙ୍କୁ ନେଇ ଟ୍ରମ୍ପ 6 ତାରିଖରେ ଏକ ସମ୍ମିଳନୀ ଆୟୋଜନ କରିବେ ବୋଲି ପମ୍ପିଓ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସିରିଆରୁ ହଠାତ 2000 ଆମେରିକୀୟ ସେନା ପ୍ରତ୍ୟାହାର କରାଯିବା ନେଇ ଟ୍ରମ୍ପଙ୍କ ଘୋଷଣା ପରିପ୍ରେକ୍ଷୀରେ ବିଭିନ୍ନ ମହଲରେ ବିସ୍ମୟ ପ୍ରକାଶ ପାଇଥିଲା ।

Spread the love