ଏଥର ପଶ୍ଚିମବଙ୍ଗରେ ହେବ ଅନନ୍ୟ ଦୂର୍ଗାପୂଜା, ୪ ମହିଳା ପୂଜାରୀ କରିବେ ମାଁଙ୍କ ଆରାଧନା

କୋଲକାତା ୧୨।୮: ଦୂର୍ଗାପୂଜା ଲାଗି ପ୍ରସିଦ୍ଧ ପଶ୍ଚିମବଙ୍ଗରେ ଆଗାମୀ ଦୂର୍ଗାପୂଜା ଆୟୋଜନ ଦେଶର ସାଂସ୍କୃତି ଆୟୋଜନରେ ନୂଆ ଇତିହାସ ରଚିବ। ଏଠାକାର ଏକ ଦୂର୍ଗାପୂଜା କମିଟି ପାରମ୍ପରିକ ପୂଜାରେ ପରିବର୍ତ୍ତନ ଆଣିବାକୁ ଘୋଷଣା କରିଛନ୍ତି। ଏଥିରେ ୪ ଜଣ ମହିଳା ବିଦ୍ୱାନଙ୍କ ଦ୍ୱାରା ଆଗାମୀ ଦୂର୍ଗାପୂଜା ଆୟୋଜନ କରିବେ ବୋଲି ଘୋଷଣା କରିଛନ୍ତି। ଯଦି ଲୋକେ ଏହାକୁ ଗ୍ରହଣ କରିବେ ପୂଜା କମିଟି ଆଗାମୀ ବର୍ଷମାନଙ୍କରେ ମଧ୍ୟ ମହିଳା ପୂଜକଙ୍କ ଦ୍ୱାରା ମା ଦୂର୍ଗାଙ୍କ ଆବାହନ କରିବେ ବୋଲି କହିଛନ୍ତି।

କୋଲକାତାର ୬୬ ପଲ୍ଲୀ ପୂଜା କମିଟି ପୂଜା ନୀତିରେ ଏହି ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏ ପର୍ଯ୍ୟନ୍ତ ପୂଜା କମିଟିର ଦୂର୍ଗାପୂଜା ଅନୁଷ୍ଠାନ କରି ଆସୁଥିବା ମୁଖ୍ୟ ପୁରୁଷ ପୁରୋହୀତଙ୍କ ପରଲୋକ ହେବା ପରେ ପୂଜାନୀତିରେ ପରିବର୍ତ୍ତନର ନିଷ୍ପତ୍ତି ହୋଇଛି। ପୂଜା କମିଟିର ବରିଷ୍ଠ ପଦାଧିକାରୀ ପ୍ରଦ୍ୟୁମ୍ନ ମୁଖାର୍ଜୀଙ୍କ ଅନୁସାରେ ଦୂର୍ଗାପୂଜା ଲାଗି କମିଟି ଯେଉଁ ପୂଜକ ମଣ୍ଡଳୀ ସ୍ତିରିକୃତ କରିଛି ଏଥିରେ ସମସ୍ତ ୪ ଜଣ ଜାକ ମହିଳା ପୂଜାରୀ ବିଦ୍ୱାନ ହୋଇଥିବା ବେଳେ ଧର୍ମଗ୍ରନ୍ଥର ଜ୍ଞାନ ମଧ୍ୟ ରଖୁଥିବା କହିଛନ୍ତି।

ଏହି ପୂଜାକମାନେ ନିଜନିଜ କ୍ଷେତ୍ରରେ ପ୍ରତିଷ୍ଟିତ ଥିବା ବେଳେ ଦେବୀ ଦୂର୍ଗାଙ୍କ ପୂଜା ମଧ୍ୟ କରନ୍ତି। ପ୍ରଫେସର ନନ୍ଦିନୀ ଭୌମିକ୍‌ ଏହି ପୂଜକ ମଣ୍ଡଳୀର ନେତୃତ୍ୱ ନେଉଛନ୍ତି। ଭୌମିକ ଏକ କଲେଜରୁ ଲେକଚର ଭାବେ ସ୍ୱେଚ୍ଛାକୃତ ଅବସର ନେବା ପରଠାରୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଗେଷ୍ଟ ଲେକଚରର ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ତାଙ୍କୁ ପୂଜାରେ ସହଯୋଗ କରୁଥିବା ଋମା, ସେମାନ୍ତୋ ଓ ପୂଭୋଲୋମୀ ମଧ୍ୟ  ନିଜ ନିଜ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ। ଏଣୁ ଏଥର ୬୬ ପଲ୍ଲୀ ପୂଜା କମିଟି ଦୂର୍ଗପୂଜାର ଶୀର୍ଷକ ‘ଦେବୀ ମାଙ୍କ ପୂଜା ମାମାନଙ୍କ ଦ୍ୱାରା’ ହେବ ବୋଲି ଉଲ୍ଲେଖ କରିଛନ୍ତି।  

Spread the love