ଦୁର୍ଗା ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଙ୍ଗ : ଆସନ୍ତାକାଲି ୧୨ ଘଣ୍ଟିଆ କଟକ ସହର ବନ୍ଦ

ଆସନ୍ତାକାଲି ୧୨ ଘଣ୍ଟିଆ କଟକ ସହର ବନ୍ଦ ଡାକରା ଦିଆଯାଇଛି । ଦୁର୍ଗା ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଙ୍ଗରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାରେ କଟକର ସମସ୍ତ ପୂଜା କମିଟି ସାମିଲ ପାଇଁ ନିବେଦନ କରିଛି ବିଜେପି।
ସରକାର ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ ବୋଲି ବିଜେପି ଦାବି କରିଛି। କେବଳ ବନ୍ଦ ନୁହେଁ ଦାବି ପୂରଣ ନହେବା ଯାଏଁ ବିଜେପି ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ନେତା ସମୀର ଦେ। ତେବେ ବନ୍ଦ ବେଳେ ଜରୁରୀକାଳୀନ ସେବାକୁ ବନ୍ଦ କରାଯିବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Spread the love