ବାଲେଶ୍ୱର; ୭୦ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗା

ବାଲେଶ୍ୱର ୦୩/୧୦: ଦୁର୍ଗାଷ୍ଟମୀ ପାଇଁ ବାଲେଶ୍ଵର ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଛି। ବିଭିନ୍ନ ସ୍ଥାନରେ ଉନ୍ନତମାନର ତୋରଣ ସାଙ୍ଗକୁ ଅତ୍ୟାଧୁନିକ ଆଲୋକମାଳାରେ ବାଲେଶ୍ୱର ସହର ଝଲସି ଉଠୁଛି। ଚଳିତ ବର୍ଷ ୭୦ରୁ ଅଧିକ ମେଢ଼ ହୋଇଥିବା ଜଣାପଡିଛି। ମାଆ ଦୁର୍ଗାଙ୍କର ସେମବାର ଅଷ୍ଟମୀ ପୂଜା ମହାଡ଼ମ୍ୱରରେ ସମାପନ ହୋଇଛି। ବ୍ରତୀମାନେ ପୂଜାର୍ଚ୍ଚନା କରିବା ସହ ମାଙ୍କ ପାଖେ ଡଲା ଭୋଗ ଲାଗି କରିଛନ୍ତି। ସନ୍ଧିପୂଜା ପରେ ଆସନ୍ତାକାଲି ବା ମଙ୍ଗଳବାର ନବମୀ ପୂଜା ହେବ। ଝିପିଝିପି ବର୍ଷା ସତ୍ତ୍ୱେ ମଧ୍ୟ ପୂଜା ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଗହଳି ଜମିଥିଲା। ଆଇନ ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Spread the love