ଆଜି ମେଲାଣି ନେବେ ମା, ଟ୍ବିନ୍‌ ସିଟି ସମେତ ବିଭିନ୍ନ ସ୍ଥାନରେ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର ୦୬।୧୦:  ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ଦଶହରାରେ ମା’ଙ୍କ ଘଟ ବିସର୍ଜନ ସରିଛି । ଭସାଣୀ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସେଥିପାଇଁ ଟ୍ବିନ ସିଟିରେ ବ୍ୟାପକ ଆୟୋଜନ । ଘଣ୍ଟ ଘଣ୍ଟା ସହ ପାରମ୍ପରିକ ବାଦ୍ୟରେ ଦୁଲୁକିବ ଟ୍ବିନ୍ ସିଟି ।

ତେବେ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଭୁବନେଶ୍ବରରେ ୩ଟି ଭସାଣୀ କମିଟି ରହଛି । ସମସ୍ତ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନ ବ୍ୟବସ୍ଥା କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଭସାଣୀ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୩ ଜଣ ଅତିରିକ୍ତ ଡିସିପି ଭସାଣୀ ଦାୟିତ୍ୱ ରେ ରହିବେ ଏବଂ ଟ୍ରାଫିକ ସମସ୍ୟା ଯେପରି ନ ଉପୁଜେ ସେନେଇ ପୋଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଭସାଣୀ ବେଳେ ୩୫ ଡିସିବେଲରୁ ଅଧିକ ଉଚ୍ଚ ଡିଜେ ନବଜାଇବା ପାଇଁ ସମସ୍ତ କମିଟିକୁ ତାଗିଦ୍ କରାଯାଇଛି ।

Spread the love