ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

ନୂଆପଡ଼ା ୧୧।୦୧: ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ । ୮୪ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଛି । ମୃତ୍ୟୁର ଖବର ପାଇ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଖବର ଅନୁଯାୟୀ, ଗତ କିଛି ଦିନ ହେବ ଦୁର୍ଯ୍ୟୋଧନ ମାଝୀ ଅସୁସ୍ଥ ଥିଲେ । ଯାହାଫଳରେ ତାଙ୍କୁ ଭୁବନେଶ୍ବର ଏକ ମେଡିକାଲରେ ଚିକିତ୍ସିତ କରାଯାଉଥିଲା । କିନ୍ତୁ ଏବେ ତାଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି । ଦୁର୍ଯ୍ୟୋଧନ ମାଝୀଙ୍କ ପୈତୃକ ଘର ନୂଆପଡା ଜିଲ୍ଲା ବୋଡେନ ବ୍ଲକ ବୋଇର ଗାଁ । ୧୪ ଏପ୍ରିଲ୍‌ ୧୯୩୮ରେ ଦୁର୍ଯ୍ୟୋଧନ ଜନ୍ମଗ୍ରହଣ ।

ଖଡିଆଳ ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇ ଦୁଇ ଥର ମନ୍ତ୍ରୀ ପଦ ପାଇଥିଲେ । ୧୯୯୦ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦୁର୍ଯ୍ୟୋଧନ । ୨ ଥର ଜନତା ଦଳ ବିଧାୟକ ଏବଂ ୨ ଥର ବିଜେଡି ଟିକେଟରେ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶେଷ ଥର ପାଇଁ ବିଜେପି ଟିକେଟ୍‌ରୁ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଦକ୍ଷ ନେତା ଓ ସଂଗଠକ ଭାବେ ବେଶ୍‌ ପରିଚିତ ଦୁର୍ଯ୍ୟୋଧନ । ଜଣେ ଟାଣୁଆ ଆଦିବାସୀ ନେତା ଭାବେ ଦୁର୍ଯ୍ୟୋଧନ ବେଶ୍‌ ଜଣାଶୁଣା ଥିଲେ ।

Spread the love