ଶିଶୁକୁ ଦୁଷ୍କର୍ମ କଲେ ୬୫ ବର୍ଷ ବୟସ୍କ ବୃଦ୍ଧ

ଜଲନା ୧୫/୦୯ : ମହାରାଷ୍ଟ୍ର ଜଲନା ଜିଲ୍ଲାରେ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ ଏମିତି ଏକ କାମ କରିଛନ୍ତି ଯେ ଶୁଣିଲେ ଘୃଣା ଲାଗିବ। ପ୍ରାପ୍ତ ବୟସରେ ବୃଦ୍ଧ ଏକ ୧୨ ବର୍ଷର ଶିଶୁକୁ ଦୁଷ୍କର୍ମ କରିଛନ୍ତି। ପଡିଶାରେ ମାମୁ ଘରେ ରହୁଥିବା ଜଣେ ୧୨ ବର୍ଷର ଶିଶୁକୁ ବୃଦ୍ଧ ଦୁଷ୍କର୍ମ କରିଥିବା ମାମଲା ସାମ୍ନାକୁ ଆସିଛି। ଘଟଣା ପରେ ସେ ଗାଁ ଛାଡି ଚାଲି ଯାଇଥିଲେ। କିନ୍ତୁ ଶିଶୁର ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଖୋଜି ବାହାର କରି ଗିରଫ କରିଛି। ବୁଧବାର ଦିନ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି।

ଘଟଣା ମଙ୍ଗଳବାର ଦିନର। ବଦନାପୁର ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ବୃଦ୍ଧଙ୍କର ୫ ପୁଅଝିଅ ଓ ନାତିନାତୁଣୀ ଅଛନ୍ତି। ଅଭିଯୁକ୍ତକୁ ବିଳମ୍ବିତ ରାତିରେ ଗିରଫ କରାଯାଇଛି। ପୀଡିତା ଅଭିଯୁକ୍ତର ଘର ପାଖରେ ନିଜ ମାମୁଁ ଘରେ ରୁହନ୍ତି।

ମଙ୍ଗଳବାର ଦିନ ଅଭିଯୁକ୍ତ ଶିଶୁର ମୁହଁ ବନ୍ଦ କରି ଜୋର ଜବରଦସ୍ତି ତାକୁ ନିଜ ଘରକୁ ନେଇ ଆସିଥିଲା ଓ ଶିଶୁ ସହ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ସେ ଗାଁ ଛାଡି ଚାଲିଯାଇଥିଲା। ଶିଶୁ ଘରକୁ ଯାଇ ନିଜ ମାମୁଁଙ୍କୁ ସବୁ କଥା ଜଣାଇଥିଲା। ମାମୁଁ ଭାଣିଜୀକୁ ନେଇ ଥାନାକୁ ଯାଇଥିଲେ ଓ ଅଭିଯୋଗ କରିଥିଲେ। ପୋଲିସ ଟିମ ଗାଁକୁ ଯାଇ ଯାଞ୍ଚ କରିଥିଲା ଓ ପୀଡିତାଙ୍କୁ ଯାଞ୍ଚ ପାଇଁ ମେଡିକାଲକୁ ପଠାଇଥିଲା। ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ସମ୍ବନ୍ଧିତ ଧାରାରେ ମାମଲା ରୁଜ୍ଜୁ କରାଯାଇଛି।

Spread the love