ନାବାଳିକା ପ୍ରେମିକାକୁ ଗର୍ଭବତୀ କରି ବାହା ହେବାକୁ ମନା କରିଦେଲା ପ୍ରେମିକ, ଥାନାରେ ଅଭିଯୋଗ ପରେ ଗିରଫ

ପାଟଣା ୧୯ /୭: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ନାବାଳିକା ଝିଅକୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିବା ଅଭିଯୋଗରେ ପାଟଣା ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଗିରଫ ପ୍ରେମିକ ଜଣକ ହେଲେ ପାଟଣା ଥାନା ଖୁଣ୍ଟାପଡା ଗ୍ରାମର ଲାଲ କିଶୋର ମୁଣ୍ଡା (୨୩)।

ସୂଚନା ଅନୁସାରେ ପାଟଣା ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମର ରାମଦାସ ମୁଣ୍ଡାଙ୍କ ପୁଅ ନାନୁ ଓରଫ ଲାଲ କିଶୋର ମୁଣ୍ଡା ପାଟଣା ଥାନା ଅଞ୍ଚଳର ଜଣେ ବାପ ଛେଉଣ୍ଡ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖି ଦୁଷ୍କର୍ମ କରିଥିଲା। ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ଘଟଣାକୁ ନେଇ ଦୁଇ ଦିନ ପୂର୍ବରୁ ଗ୍ରାମରେ ସଭା ବସି ଝିଅର ମାମୁଁ ନାବାଳିକାକୁ ବିବାହ କରିବା ପାଇଁ ଲାଲ୍ କିଶୋରକୁ ବାଧ୍ୟ କରିବାରୁ ଲାଲ୍ କିଶୋର ବିବାହ କରିବାକୁ ଅମଙ୍ଗ ହୋଇଥିଲା।

ଏନେଇ ପିଡିତା ଜଣଙ୍କ ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ  ପାଟଣା ଥାନା ସବ୍ ଇନ୍ସପେକ୍ଟର ମନୋରମା ସ୍ବାଇଁ ଲାଲ୍ କିଶୋରକୁ ଗିରଫ କରି ପୋକ୍ସୋ ଆଇନ୍‌ ଅନୁସାରେ କୋର୍ଟ ଚାଲାଣ କରିଛି। ଏନେଇ ପାଟଣା ଥାନାରେ ୧୪୨/୨୨ ମାମଲା ରୁଜୁ ହୋଇଛି ।

Spread the love