ବଳାତ୍କାର ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ରାଇରଙ୍ଗପୁର: ଏକ ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ମିଳିଛି। ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ରିପୋର୍ଟ, ପାରିପାର୍ଶ୍ବିକ ଘଟଣା ଏବଂ ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଶୁକ୍ରବାର ଦୋଷୀ ଲାଲ ମୋହନ ମୁଣ୍ଡାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୩ ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ଚଢେଇପାହାଡି ଗାଁରେ  ଗତ ଏପ୍ରିଲ ୨୦୧୮ ମସିହା ରେ ଲାଲମୋହନ ମୁଣ୍ଡା ନାମକ ବ୍ୟକ୍ତି  ଏକୁଟିଆ ଘରେ ଥିବା ଜନୈକ  ୫୫ ବର୍ଷିୟା ମହିଳାଙ୍କ ଘରେ ପଶି ବଳାତ୍କାର କରିଥିଲା । ପୀଡିତାଙ୍କ ପରିବାର ତରଫରୁ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କ୍ରମେ ଥାନାରେ କେସ ନମ୍ବର ୧୨/୧୮ ରୁଜୁ ହୋଇଥିଲା  ।

ଏହାକୁ ନେଇ ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ରିପୋର୍ଟ , ପାରିପାର୍ଶ୍ବିକ ଘଟଣା ଏବଂ ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜି ଅଭିଯୁକ୍ତ ଲାଲ ମୋହନ ମୁଣ୍ଡାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ,୩୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୩ ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସରକାରୀ ଓକିଲ ପଙ୍କଜ ଦାସ ମାମଲା ଲଢ଼ୁଥିଲେ ।

Spread the love