ଦୁଇ ଦୁଷ୍କର୍ମକାରୀଙ୍କୁ ସଶ୍ରମ କାରାଦଣ୍ଡ : ଜଣକୁ ୧୦ବର୍ଷ ଓ ଅନ୍ୟ ଜଣକୁ ୬ ବର୍ଷ
ବାରିପଦା ୨୨।୧୨: ପୋକ୍ସୋ ନିୟମ ଅନୁସାରେ ଦୁଇ ଦୁଷ୍କର୍ମକାରୀଙ୍କୁ ବାରିପଦା ଏଡିଜେ କୋର୍ଟର ଦଣ୍ଡାଦେଶ । ଜଣକୁ ୧୦ବର୍ଷ ଓ ଅନ୍ୟ ଜଣକୁ ୬ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
ଗତ ୨୦୧୬ ମସିହା ମେ ମାସ ୧୨ ତାରିଖରେ ବୈଶିଙ୍ଗା ଥାନାର କେସ ନଂ ସି.ଟି ୪୦/୨୦୧୬ ର ଦୁଇ ଅଭିଯୁକ୍ତ ଶ୍ୟାମସୁନ୍ଦର ସିଂ ଓ ଶିବାନୀ ସିଂ ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ପିଡୀତା ଘର ପାଖ ଜଙ୍ଗଲକୁ ଶୌଚ ଯାଇଥିବା ବେଳେ ଅଭିଯୁକ୍ତ ଦୁଇ ଜଣ ଦୁଷ୍କର୍ମ କରିଥିଲେ । ଏହି ମାମଲାର ଶୁଣାଣି କରି ବୁଧବାର ମାନନୀୟ ଜିଲ୍ଲା ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ କୁମାରୀ ସୁମିତା ଜେନା ଦେଇଛନ୍ତି ଏହି ଚୂଡାନ୍ତ ରାୟ। ସଶ୍ରମ କାରାଦେଶ ସହିତ ଅତରିକ୍ତ ୧୩ ହଜାର ଟଙ୍କାର ଜରିମନା ମଧ୍ୟ କରିଛନ୍ତି କୋର୍ଟ।