୪ ବର୍ଷ ପରେ ଆସିଲା ରାୟ, ଗଣଦୁଷ୍କର୍ମ ଘଟଣାରେ ୨ ଅଭିଯୁକ୍ତଙ୍କୁ ଜେଲ୍‌ ଏବଂ ଜରିମାନା

ରାଇରଙ୍ଗପୁର ୧୮।୦୧ : ୪ ବର୍ଷ ପରେ ନ୍ୟାୟ ପାଇଲେ ପୀଡିତା । ରାଇରଙ୍ଗପୁର ଗଣଦୁଷ୍କର୍ମ ଘଟଣାରେ ଆସିଲା ରାୟ । ୨ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡା ଦେଶ ଶୁଣାଇଛନ୍ତି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌।

ଖବର ଅନୁଯାୟୀ, ଗତ ୨୦୧୭ ମସିହା ଡିସେମ୍ବର ମାସ ରାତିରେ ବାଦାମପାହାଡ଼ ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଗାଁର ଦୁଇଜଣ ଯୁବକ କୌଣସି ବାହାନା ରେ ଘରୁ ଡାକିନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ତେବେ ଆଜି ସେହି  ଗଣଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି।

ବିଭିନ୍ନ ସାକ୍ଷୀ ଏବଂ ପ୍ରମାଣ ଆଧାରରେ ଦୁଇ ଅଭିଯୁକ୍ତ ଅଜିତ କୁମାର ଗିରି ଓ ବଳରାମ ନାଏକକୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।  ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର ୨ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।

Spread the love