୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ମାମଲା

କଟକ ୨୯।୧: ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୨୦ବର୍ଷ ପାଇଁ ସଶ୍ରମ କାରାଦଣ୍ଡାଦେଶ । କଟକ  ଆଡ଼ହକ ଏଡିଜେ ସ୍ବତନ୍ତ୍ର ପୋସ୍କୋ କୋର୍ଟରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୋଷୀ ଜିତେନ୍ଦ୍ର ସାହୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଲେ କୋର୍ଟ । ୨୦ବର୍ଷର କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ । ପୀଡିତାଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ଦିଆଯିବ । ପୀଡିତାକୁ ୧୮ବର୍ଷ ହେବା ପର୍ଯ୍ୟନ୍ତ ଏହି ଟଙ୍କା ପୀଡିତାର ବ୍ୟାଙ୍କ ଆକାଉଣ୍ଟରେ ଫିକ୍ସ ଡିପୋଜିଟ୍ ହୋଇ ରହିବ। ୨୦୧୯ ମସିହା ଫେବୃଆରୀ ୨୭ ତାରିଖ ରାତିରେ ୪ ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏକ ବିବାହ ମଣ୍ଡପରେ ବିବାହ କାର୍ଯ୍ୟ ଚାଲିଥିବା ବେଳେ ଦୋଷୀ ଦୁଷ୍କର୍ମ କରିଥିଲା ।

Spread the love