୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ସମ୍ବଲପୁର ୦୩।୦୨: ସମ୍ବଲପୁରରେ ଚାଞ୍ଚଲ୍ୟ । ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ସହର କ୍ଷେତରାଜପୁର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଷ୍କର୍ମ ଅଭିଯୋଗରେ ୧୭ ବର୍ଷର ନାବାଳକ ଅଟକ ।

ଖବର ଅନୁଯାୟୀ, ନାବାଳିକାଙ୍କ ବାପାଙ୍କ ଏକ ଦୋକାନ ଥିବା ବେଳେ ନାବାଳକ ଜଣଙ୍କ ପ୍ରତିଦିନ ଯିବାଆସିବା କରି ଅତି ଘନିଷ୍ଠ ହୋଇଯାଇଥିଲେ । ତେବେ ଏହି ବାହାନାରେ ନାବାଳକ ଜଣକ ପୀଡିତା ଓ ତାଙ୍କ ଭାଇଙ୍କୁ ଖେଳିବାକୁ ଯିବା କହି ଡାକିଥିଲେ | ପରେ ଏକୁଟିଆର ସୁଯୋଗ ନେଇ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ଆସିଛି | ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଷ୍କର୍ମ ଅଭିଯୋଗରେ ୧୭ ବର୍ଷର ନାବାଳକ ଅଟକ ରଖିଛି ପୋଲିସ ।

Spread the love