ଭାରତ, ଆଫଗାନିସ୍ତାନ ଓ ପାକିସ୍ତାନରେ ଆସିବ ଭୀଷଣ ଭୂମିକମ୍ପ?

ଫେବ୍ରୁଆରୀ ୬ ତାରିଖରେ ଭୀଷଣ ଭୂମିକମ୍ପରେ ଧୂଳିସାତ୍ ହୋଇଛି ତୁର୍କୀ । ଏହା ପୂର୍ବରୁ ତୁର୍କୀରେ ଏଭଳି ହେବ ବୋଲି ପୂର୍ବାନୁମାନ କରିଥିଲେ ନେଦରଲ୍ୟାଣ୍ଡର ଜଣେ ଗବେଷକ । ଫେବ୍ରୁଆରୀ ୩ ତାରିଖରେ ଭୂମିକମ୍ପର ସୂଚନା ଦେଇଥିବାବେଳେ ମାତ୍ର ୩ ଦିନ ପରେ ତୁର୍କୀରେ ଏପରି ପ୍ରଳୟ ଆସିଥିଲା । ଏବେ ପୁଣି ଭାରତ ସମେତ ୩ ଦେଶରେ ଭୂମିକମ୍ପ ହେବା ନେଇ ଗବେଷକ ଫ୍ରାଙ୍କ ହୁଗରବିଟ୍ସଙ୍କ ଦାବୀ ପରେ ଆଲେଡନ ସୃଷ୍ଟି ହୋଇଛି ।

ତୁର୍କୀରେ ପ୍ରଳୟଙ୍କରୀ ଭୂମିକମ୍ପ ଆସିବାରୁ କୁଢ କୁଢ ଶବ ଗଦାହେଉଛି । ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ନିଜ ଆମô୍ୀୟଙ୍କୁ ହରାଇ ଭାଙ୍ଗି ପଡୁଛନ୍ତି ଲୋକେ । ଆଉ ଏପରି ଏକ ପ୍ରଳୟ ଆସିବ ବୋଲି ପୂର୍ବନୁମାନ କରିଥିଲେ ନେଦରଲ୍ୟାଣ୍ଡ ବୈଜ୍ଞାନିକ ଫ୍ରାଙ୍କ ହୁଗରବିଟ୍ସ । ତୁର୍କୀ ପରେ ଆଗକୁ ଭାରତ, ଆଫଗାନିସ୍ତାନ ଓ ପାକିସ୍ତାନରେ ବଡ ଧରଣର ଭୂମିକମ୍ପ ହେବ ବୋଲି ହୁଗରବିଟ୍ସ ଆକଳନ କରିଛନ୍ତି । ଏନେଇ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ଫେବ୍ରୁଆରୀ ୩ ତାରିଖ , ମାନେ ତୁର୍କୀରେ ଭୂକମ୍ପ ହେବାର ଠିକ୍ ୩ ଦିନ ପୂର୍ବରୁ ଗବେଷକ ପୂର୍ବାନୁମାନ କରିଥିଲେ ଯେ, ତୁର୍କୀ ଓ ସିରିୟାରେ ୭.୫ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ହୋଇପାରେ । ହେଲେ ଏହି କଥାକୁ କେହି ଗୁରୁତର ସହ ନେଲେ ନାହିଁ । ହେଲେ ୩ ଦିନ ପରେ ଯେତେବେଳେ ଭୂକମ୍ପ ହେଲା ସେତେବେଳେ ଲୋକଙ୍କ ଚେତା ପଶିଲା । ଚେତାପଶିଲା ବେଳକୁ ଚାଲିଗଲାଣି ୩୪ ହଜାରରୁ ଅଧିକ ଜୀବନ ।

ହୁଗର ବିଟ୍ସଙ୍କ ସହ ଆଲୋଚନା କରିଥିଲେ କିଛି ଭାରତୀୟ ଗଣମାଧ୍ୟମ । ସେ କିପରି ଏନେଇ ସଠିକ୍ ଆକଳନ କରିପାରୁଛନ୍ତି ବୋଲି ପଚାରିଥିଲେ । ଏହାର ଉତ୍ତରରେ ହୁଗରବିଟ୍ସ କହିଥିଲେ ଯେ, ସେ ଗ୍ରହ ମାନଙ୍କର ଚଳନକୁ ନେଇ ଭୂକମ୍ପର ସୂଚନା ଦେଇପାରନ୍ତି । ସେ ‘ସୋଲାର ସିଷ୍ଟମ୍ ସର୍ଭେ ( SSGEOS) ପାଇଁ କାମ କରୁଛନ୍ତି । ଏହା ଏକ ଗବେଷଣା ସଂସ୍ଥା ଅଟେ, ଯାହା ବିଶେଷ କରି ଭୂମିକମ୍ପର ପୂର୍ବାନୁମାନ କରିବାକୁ ଆକାଶୀୟ ପିଣ୍ଡ ଓ ଗ୍ରହ ନକ୍ଷତ୍ର ମାନଙ୍କ ଗତିବିଧିକୁ ନୀରିକ୍ଷଣ କରେ । ହେଲେ ଫ୍ରାଙ୍କ ହୁଗରବିଟ୍ସ ଭୂମିକମ୍ପ ନେଇ ଏଭଳି ପୂର୍ବାନୁମା ନକରିବା ପରେ ଅନକ ବୈଜ୍ଞାନିକ ପ୍ରଶ୍ନ ଉଠାଇଛନ୍ତି ।
ତୁର୍କୀରେ ଭୂମିକମ୍ପର ପ୍ରଳୟ ଆସିବା ପୂର୍ବରୁ ପୂର୍ବାନୁମାନ କରି ହୁଗରବିଟ୍ସ ଏକ ଟ୍ୱିଟ୍ କରିଥିଲେ । କାରଣ ଏହି କ୍ଷେତ୍ରରେ ବିସ୍ତୁୃତ ଗବେଷଣା କରିବା ପରେ ଏଠାରେ ଭୂକମ୍ପ ସମ୍ପର୍କୀତ ଗତିବିଧି ଚାଲିଛି ବୋଲି ସେ ।ଣିପାରିଥିଲେ । ଏଥିପାଇଁ କିଛି ଅଘଟଣ ହେବା ପୁର୍ବରୁ ଲୋକଙ୍କ ଚେତାଇ ଦେବାକୁ ଚାହୁଁଥିଲେ । ହେଲେ କିଏ ଜାଣିଥିଲା ଏଭଳି ଅକର୍ତୀତ ଭାବେ ସବୁକିଛି ଘଟିଯିବ ।

ଫ୍ରାଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିକା ଦିନରେ ବି ଭୂମିକମ୍ପ ହେବାର ପୂର୍ବାନୁମାନକୁ ଅଧିକାଂଶ ଗ୍ର୍ରହଣ କରିପାରୁନାହାଁନ୍ତି । ତାଙ୍କ ଗବେଷଣା ସଂସ୍ଥା ପୂର୍ବରୁ ଘଟିଥିବା ବଡ ବଡ ଭୂମିକମ୍ପ ଉପରେ ମଧ୍ୟ ଗବେଷଣା କରିଛି । ଗ୍ରହ ମାନଙ୍କର ଚଳନକୁ ଆଧର କରି ଏହି ପ୍ରାକୃତିକ ବିପର୍ଯ୍ୟୟ ଉପରେ ଗବେଷଣା କରାଯାଏ । ଅତୀତରେ ଘଟିଥିବା ଭୂମିକମ୍ପର ଅନୁଧ୍ୟାନ କରି ଏହାର ପ୍ୟାଟର୍ଣ୍ଣ ଖୋଜି ଭବିଷ୍ୟରେ ସଙ୍ଗଠଡିତ ହେବାକୁ ଥିବା ଭୂମିକମ୍ପର ଅନୁମାନ କରାଯାଏ । ତୁର୍କୀରେ ୭.୫ ତୀବ୍ରତାର ଭୂମିକମ୍ପ ଅସିବ ବୋଲି ସେ ସଠିକ୍ ଅନୁମାନ କରିପାରିଥିଲେ ଏହାର କାରଣ ହେଉଛି ହୁଗରବିଟ୍ସ ପୂର୍ବରୁ ମଧ୍ୟ ସେ ଐତିହାସିକ ଭୂମିକମ୍ପ ଉପରେ ବ୍ୟାପକ ଗବେଷଣା କରିପାରିଥିଲେ ।

ତୁର୍କୀ ପରେ ଏବେ ଆଫଗାନିସ୍ତାନ, ପାକିସ୍ତାନ ଓ ଭାରତରେ ମଧ୍ୟ ବଡ ଧରଣର ଭୂମିକମ୍ପ ହେବ ବୋଲି ଆକଳନ କରିଛନ୍ତି ଫ୍ରାଙ୍କ । ଯଦିଓ ଏନେଇ ସେ ନିଶ୍ଚିତ ଭାବେ ଘୋଷଣା କରିନାହାଁନ୍ତି କିନ୍ତୁ ଏହି ଅଞ୍ଚଳରେ ଭୂମିକମ୍ପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହା ଉପରେ ସେ ତାଙ୍କର ଗବେଷଣା ଜାରି ରଖିଛନ୍ତି ବୋଲି କହିଛନ୍ତି ଫ୍ରାଙ୍କ ହୁଗରବିଷ୍ଟ ।

Spread the love