ବଜେଟ ୨୦୨୨-୨୩ରେ ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ଯୋଜନା ଘୋଷଣା

କରୋନା ମହାମାରୀ କାରଣରୁ ବିଦ୍ୟାର୍ଥୀଙ୍କ ପାଢ ପଠାରେ ଅବହେଳା ସୃଷ୍ଟି ହୋଇଛି। ଜାତିସଂଘ ରିପୋର୍ଟ ଅନୁଯାୟୀ, ଏଥିରେ ୯ମରୁ ଦ୍ବାଦଶ ଶ୍ରେଣୀର ପିଲା ବେଶି ପ୍ରଭାବିତ ହୋଇଛନ୍ତି। ଭାରତରେ ଏହି ଶ୍ରେଣୀର ୧୩ କୋଟିରୁ ଊର୍ଦ୍ଧ୍ବ ବିଦ୍ୟାର୍ଥି ଅଛନ୍ତି। ଏମାନଙ୍କୁ ଉଚିତ୍‌ ଶିକ୍ଷା ପ୍ରଦାନ କରିବା ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା କେନ୍ଦ୍ର ସରକାରଙ୍କ ପ୍ରମୁଖ ଦାୟିତ୍ବ। ଏହାକୁ ଧ୍ୟାନରେ ରଖି ବଜେଟ ୨୦୨୨-୨୩ରେ ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନା ଅନୁଯାୟୀ ୨୦୦ଟି ଇ-ବିଦ୍ୟା ଟିଭି ଚ୍ୟାନେଲ ଖୋଲାଯିବ। ଏହି ଯୋଜନାରେ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଅନଲାଇନ ଶିକ୍ଷା ଗ୍ରହଣ କରିପାରିବେ। ଏହାପରେ ପିଲାମାନଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ କରାଯିବ।

 

ଡିଜିଟାଲ ବିଶ୍ବବିଦ୍ୟାଳୟରେ ଏକାଧିକ ଭାଷାର ଶିକ୍ଷା ଦିଆଯିବ। ଦେଶର ଶୀର୍ଷରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ଏହା ସହ ସଂଯୁକ୍ତ କରାଯିବ।

ଦେଶରେ ଥିବା ପ୍ରାୟ ୨ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ରର ଆଧୁନିକୀକରଣ ହେବ। ପୁରୁଣା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆକର୍ଷଣୀୟ କରାଯିବ।
ଆତ୍ମନିର୍ଭର ଭାରତ ଯୋଜନାରେ ୧୬ ଲକ୍ଷ ନିଯୁକ୍ତି ଯୋଗାଇ ଦିଆଯିବ।
ମେକ୍‌ ଇନ ଇଣ୍ଡିଆ ଯୋଜନାରେ ୬୦ ଲକ୍ଷ ନିଯୁକ୍ତି ପ୍ରଦାନ କରାଯିବ।
କୌଶଳ ବିକାଶ କାର୍ଯ୍ୟକ୍ରମକୁ ରୋଜଗାର ବୃଦ୍ଧି କାର୍ଯ୍ୟରେ ଲଗାଯିବ।
ଉଦ୍ୟୋଗଙ୍କ ଆବଶ୍ୟକତା ଅନୁଯାୟୀ ‘ନ୍ୟାସନାଲ ସ୍କିଲ କ୍ବାଲିଫିକେସନ ପ୍ରୋଗ୍ରାମ’ ପ୍ରସ୍ତୁତ କରାଯିବ।
ରାଜ୍ୟରେ ସଞ୍ଚାଳିତ ଔଦ୍ୟୋଗିକ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକର ନବୀକରଣ ହେବ।

 

Spread the love