ମୋଦୀ ଗ୍ୟାରେଣ୍ଟି ସମାବେଶରେ କଣ କହିଲେ ମୋଦୀ…

 ଯାଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମୋଦୀ ଗ୍ୟାରେଣ୍ଟି ସମାବେଶ’ରେ ଯୋଗ ଦେଇଛନ୍ତି । ଏହି ଅବସରରେ ବିରୋଧୀ ମେଣ୍ଟକୁ ଟାର୍ଗେଟ କରିବା ସହିତ ମୋଦୀ କହିଛନ୍ତି, ପିଏମ୍ ସୂର୍ଯ୍ୟଘର-ମାଗଣା ବିଜୁଳି ଯୋଜନା କରାଯାଇଛି । ଏହି ଯୋଜନା ଆଧାରରେ ଲୋକଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ । ତେବେ ଏଥିପାଇଁ ଲୋକଙ୍କୁ ଘରେ ସୋଲାର ପ୍ୟାନେଲ ଲଗାଇବାକୁ ପଡିବ । ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରିବେ ସାଧାରଣ ଲୋକ । ଅନ୍ୟପଟେ ଏହି ସୋଲାର ପ୍ୟାନେଲରୁ ବିଜୁଳି ଉତ୍ପାଦନ ଅଧିକ ହେଲେ, ଏହା ସରକାରକୁ ବିକିପାରିବେ ଲୋକ ।ସେହିପରି ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଯୋଜନାର ଅବଧି ବୃଦ୍ଧି କରାଯାଇଛି । ଗାଁ ଗାଁରୁ ଲକ୍ଷପତି ଦିଦି ବାହାର କରିବାକୁ କେନ୍ଦ୍ର ସରକାର କାମ କରୁଛନ୍ତି ବୋଲି ମୋଦୀ କହିଛନ୍ତି । ଅନ୍ୟପଟେ ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି, ମୋ ଭାରତ ହେଉଛି ମୋ ପରିବାର ।

ପରିବାରବାଦୀମାନେ ମୋର ଏହି ପରିବାର ଦେଖି ଇର୍ଷା କରୁଛନ୍ତି ।ତେବେ ଗରିବ ଲୋକର ଗ୍ୟାରେଣ୍ଟି ହେଉଛି ମୋଦୀ । ପୂର୍ବରୁ ବ୍ୟାଙ୍କରେ ଖାତା ଖୋଲିବାକୁ, ବ୍ୟାଙ୍କ ଋଣ ପାଇଁ କଂଗ୍ରେସ କହୁଥିଲା ଗ୍ୟାରେଣ୍ଟି ଆଣ । ହେଲେ ୨୦୧୪ ପରଠୁ ଗୋଟିଏ ଗରିବର ପୁଅ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ହେଲା । ଆଉ ସେତେବେଳେ ସେ କହିଲା, ଗରିବର ସବୁଠୁ ବଡ ଗ୍ୟାରେଂଟି ମୋଦୀ ହେବ । ଯେଉଁ ଗରିବ ପାଖରେ ଗ୍ୟାରେଂଟି ଦେବାକୁ କିଛି ନଥିଲା, ତା ଗ୍ୟାରେଂଟି ମୋଦୀ ହେଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Spread the love