ପ୍ରତିବର୍ଷ ହଜାର ହଜାର ପାକିସ୍ତାନୀ ହିନ୍ଦୁ ଓ ଖ୍ରୀଷ୍ଟିୟାନ୍ ଯୁବତୀ ବଳପୂର୍ବକ ଇସ୍‌ଲାମ୍‌ ଧର୍ମକୁ ଧର୍ମାନ୍ତରିତ ହେଉଛନ୍ତି

ପ୍ରତିବର୍ଷ ହଜାର ହଜାର ପାକିସ୍ତାନୀ ଯୁବତୀ ବଳପୂର୍ବକ ଇସ୍‌ଲାମ୍‌ ଧର୍ମକୁ ଧର୍ମାନ୍ତରିତ ହେଉଥିବା ଅଭିଯୋଗ ରହିଛି। ବିଶେଷ କରି ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିୟାନ୍ ଯୁବତୀଙ୍କୁ ବଳପୂର୍ବକ ଧର୍ମାନ୍ତରୀତ କରାଯାଉଛି। ନାବାଳିକାଙ୍କୁ ଅପହରଣ କରି ଧର୍ମାନ୍ତରୀତ କରାଯାଇ ବିବାହ କରୁଛନ୍ତି ସଂଖ୍ୟାଗରିଷ୍ଠ ମୁସଲମାନ୍। ସେହିପରି ଜଣେ ଯୁବତୀ ହେଉଛନ୍ତି ଖ୍ରୀଷ୍ଟିୟାନ ଝିଅ ନେହା। ଯିଏକି  ପିଲାଟି ଦିନରୁ ଚର୍ଚରେ ଗୀତ ଗାଇ ଆସୁଥିବା ବେଳେ ଗତ ବର୍ଷ କିନ୍ତୁ ଏଥିରୁ ବଞ୍ଚିତ ହୋଇଛନ୍ତି । କାରଣ ନେହାଙ୍କୁ ଜୋର୍‌ଜବରଦସ୍ତ ତାଙ୍କ ବୟସଠାରୁ ଯଥେଷ୍ଟ ବଡ଼ ଜଣେ ୪୫ ବର୍ଷୀୟ ମୁସଲମାନ୍ ବ୍ୟକ୍ତିଙ୍କୁ ବିବାହ କରି ଦିଆଯାଇଥିଲା।ନେହାଙ୍କ ବୟାନକୁ ଭିତ୍ତିକରି ପୁଲିସ୍‌ ତାଙ୍କ ସ୍ବାମୀଙ୍କୁ ଧରି ନେବା ପରେ ସେ ଏବେ ଜେଲ୍‌ରେ ଅଛନ୍ତି। ନେହା ତାଙ୍କ ଚେହେରା ସର୍ବସାଧାରଣରେ ଦେଖାଇ ନାହାନ୍ତି। ଦୁଷ୍କର୍ମ ଓ ନେହାଙ୍କୁ ବାଲ୍ୟ ବିବାହ କରିଥିବା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି। ପାକିସ୍ତାନର ସିନ୍ଧ ପ୍ରଦେଶରେ ହିନ୍ଦୁ ଝିଅମାନଙ୍କୁ ମଧ୍ୟ ଏଭଳି ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି। ଦକ୍ଷିଣ ସିନ୍ଧର ୧୩ ବର୍ଷୀୟା ନାବାଳିକା ସୋନମ କୁମାରୀଙ୍କୁ ଅପହରଣ କରି ନିଆଯାଇ ଇସଲାମ ଧର୍ମକୁ ପରିବର୍ତ୍ତିତ କରାଯାଇଥିଲା। ତାଙ୍କର ପରିବାର ପୁଲିସରେ ଖବର ଦେବା ପ‌ରେ ଜଣାପଡ଼ିଲା ତାଙ୍କୁ ଜଣେ ବିବାହିତ ପୁରୁଷଙ୍କ ସହ ପୁଣି ଥରେ ବିବାହ କରିଦିଆଯାଇଛି।

ପ୍ରତିବର୍ଷ ପାକିସ୍ତାନରେ ବଳପୂର୍ବକ ଇସ୍‌ଲାମ ଧର୍ମକୁ ଧର୍ମାନ୍ତରିତ ହେଉଥିବା ହଜାର ହଜାର ଯୁବତୀଙ୍କ ମଧ୍ୟରୁ ନେହା ଓ ସୋନମ ହେଉଛନ୍ତି ଅନ୍ୟତମ। ମାନବଧିକାର କର୍ମୀଙ୍କ କହିବା ଅନୁସାରେ କରୋନା ଭାଇରସ୍‌ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ ଏହି ବଳପୂର୍ବକ ଧର୍ମାନ୍ତରିତ କରାଯାଉଥିବା ମାମଲା ବେଶି ସାମ୍ନାକୁ ଆସିଛି। ଝିଅମାନେ ସ୍କୁଲ୍‌ ନ ଯାଉଥିବା କାରଣରୁ ଅଧିକ ଆଖିକୁ ଆସିବାରୁ କନ୍ୟା ଚାଲାଣକାରୀମାନେ ଟଙ୍କା ରୋଜଗାର ଲାଗି ନାବାଳିକାମାନଙ୍କୁ ଟାର୍ଗେଟ କରି ‌ଜବରଦସ୍ତ  ମୁସ୍‌ଲିମ୍‌ ବ୍ୟକ୍ତିଙ୍କ ସହ ବାହା କରି ଦେଉଥିବା ଅଭିଯୋଗ ହୋଇଛି।

Spread the love