ଦଳିତ ବୁଥ ସଭାପତିଙ୍କ ଘରେ ଜଳଖିଆ ଖାଇଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର

ବାରଣାସୀ: ଜି -୨୦ ସମ୍ମିଳନୀ ପାଇଁ ହେବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବେ ବାରଣାସୀ ଗସ୍ତରେ ଅଛନ୍ତି। ଆଜି ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଜେପି ନେତାଙ୍କ ସହ ଅନୁସୂଚିତ ଜାତି ବୁଥ ସଭାପତି ସୁଜତା ଘୋଷିଆଙ୍କ ବାସଭବନରେ ଜଳଖିଆ ଖାଇଛନ୍ତି । ସୁଜାତା ବଡିମାଲଦାହିଆରେ ଥିବା ବୁଥ୍ ନମ୍ବର ୨୮୬ର ସଭାପତି ହୋଇଥିବାବେଳେ ତାଙ୍କ ଘରେ ଆଜି ଜୟଶଙ୍କରଙ୍କ ସହ ଅନ୍ୟ ବିଜେପି ନେତାମାନେ ଜଳଖିଆ ଖାଇଛନ୍ତି |

ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଜଳଖିଆ ଅତ୍ୟନ୍ତ ସ୍ୱାଦିଷ୍ଟ ଥିଲା। ଜି -୨୦ ସମ୍ମିଳନୀର କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି । ଖାଦ୍ୟ ସୁରକ୍ଷା, ଖାଦ୍ୟ ଶସ୍ୟ, ସାର ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେବ। ଗଣମାଧ୍ୟମକୁ ସୂଚନା ଦେଇ ବୁଥ ସଭାପତି ସୁଜାତା କହିଛନ୍ତି ଯେ ଗୋଟିଏ ଦିନ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କୁ ସ୍ୱାଗତ କରିବା ପାଇଁ ଆମେ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ଥିଲୁ। ମୋର ପୁରା ପରିବାର ଘର ସଫା କରିବାରେ ବ୍ୟସ୍ତ ଥିଲେ। ମୁଁ ବହୁତ ଖୁସି ଯେ ତାଙ୍କ ପରି ଜଣେ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଆମ ଘରକୁ ଆସିଥିଲେ |

Spread the love