ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ ଅନୁଭୂତ! ଲୋକଙ୍କ ଭିତରେ ଭୟର ବାତାବରଣ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତକାଲି ରାତି ପ୍ରାୟ ୧୧.୩୫ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଯାଇଛି । ଯାହାକି ଦାରିଙ୍ଗବାଡ଼ିରେ କିଛି ସମୟ ପାଇଁ ଲୋକମାନଙ୍କ ଭିତରେ ଭୟ ସୃଷ୍ଟି କରିଥିଲା । ଲୋକେ ରାତିରେ ଘର ଛାଡ଼ି ପଦାକୁ ବାହାରି ଆସିଥିଲେ । ଖାଲି ସେତିକି ନୁହେଁ କିଛି ଟା ଘରର କାନ୍ଥ ଫାଟିଥିବାର ମଧ୍ୟ ଦେଖିବାକୁ ମିଳିଛି । ଯାହାକି ଅଞ୍ଚଳବାସୀଙ୍କ ଭିତରେ ଭୟର ବାତାବରଣ ଖେଳାଇ ଦେଇଛି ।

 
Spread the love