ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବଡ଼ ଧରଣର ଭୂମିକମ୍ପ

ନୂଆଦିଲ୍ଲୀ : ପ୍ରଚଣ୍ଡ ଭୂମିକଂପରେ ଥରିଲା ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦେଶ ଭାନୁଆଟୁ। ଭାନୁଆଟୁର ବନ୍ଦର ନଗରୀ ଓରଲୀ ଠାରେ ରିକ୍‌ଟର ସ୍କେଲରେ ୭.୨ ତୀବ୍ରତାର ଭୂମିକଂପ ଅନୁଭୂତ ହୋଇଛି। ଏନେଇ ଆମେରିକୀୟ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। ଭୂପୃଷ୍ଠରୁ ୧୦କିମି ଗଭୀରରେ ଥିଲା ଭୂକଂପର କେନ୍ଦ୍ରସ୍ଥଳ। ଏହାର ପ୍ରଭାବରେ ସମୁଦ୍ରରେ ସୁଉଚ୍ଚ ଜୁଆର ଆସିଛି। ଏହାର ପ୍ରଭାବରେ ଭାନୁଆଟୁ ତଟରେ ସୁନାମୀ ଆଶଙ୍କାରେ ଆଲର୍ଟ ଜାରି କରାଯାଇଛି।

ମହାରାଷ୍ଟ୍ରରେ ବି ଥରିଲା ଭୂଇଁ

ଏପଟେ ମହରାଷ୍ଟ୍ରର ହିଙ୍ଗୋଲିରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ଭୋର ସାଢ଼େ ଚାରିଟା ବେଳେ ଭୂକମ୍ପ ଘଟିଥିଲା । ଅବଶ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ହିଙ୍ଗୋଲି ହେଉଛି ଲାଟୁର ଜିଲ୍ଲର ଏକ ଅଞ୍ଚଳ । ଯାହା କିଲ୍ଲାରୀ ଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଅବସ୍ଥିତ । ଲାଟୁରରେ ୧୯୯୩ ମସିହା ସେପଟେମ୍ବର ୩୦ ତାରିଖ ଦିନ ଭୟଙ୍କର ଭୂକମ୍ପ ଘଟିଥିଲା । ଏଥିରେ ପ୍ରା ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ।

Spread the love