ଦିଲ୍ଲୀରେ ୩.୧ ତୀବ୍ରତାର ଭୂମିକମ୍ପ, କ୍ଷୟକ୍ଷତି ସୂଚନା ନାହିଁ

ନୂଆଦିଲ୍ଲୀ: ରବିବାର ଅପରାହ୍ଣ ୪ଟା ସମୟରେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ଥିବା ଜଣାପଡ଼ିଛି । ଭୂମିକମ୍ପର କେନ୍ଦ୍ର ହରିୟାଣାର ଫରିଦାବାଦଠାରୁ ୯ କିଲୋମିଟର ଦୂରରେ, ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ଦିଲ୍ଲୀ, ଗୁରୁଗ୍ରାମ ଓ ନୋଏଡା ସମେତ ଆଖପାଖ ଅନେକ ସ୍ଥାନରେ ଲୋକଙ୍କୁ ଏହି ଭୂମିକମ୍ପର ଝଟକା ଅନୁଭବ ହୋଇଥିଲା। କୋଠା ଥିବା ଫଳରେ ଲୋକମାନେ ବାହାରକୁ ଚାଲିଆସିଥିଲେ । ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ଆଜି ସକାଳେ ମଧ୍ୟ ଆଫଗାନିସ୍ତାନର ହେରାତ୍ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିଲା । ପଶ୍ଚିମ ଆଫଗାନିସ୍ତାନର ହେରାତ ପ୍ରଦେଶର ହେରାତ ସହରରୁ ୩୩ କିଲୋମିଟର ଦୂରରେ ଏହି ଭୂମିକମ୍ପ ହୋଇଥିଲା । ଏହି ଅଂଚଳରେ ହିଁ ଗତ ସପ୍ତାହରେ ହୋଇଥିବା ଭୂମିକମ୍ପରେ ୧ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ।

Spread the love