ରାଇରଙ୍ଗପୁରରେ ଭୂମିକମ୍ପ

ଶନିବାର ସକାଳ ପ୍ରାୟ 6: 20ରେ ରାଇରଙ୍ଗପୁର ଅଂଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାଇରଙ୍ଗପୁରର ଗୋରୁମହିଷାଣି, ବିଜାତଳ, ବିଶୋଇ ଅଂଚଳରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପର ତୀବ୍ରତା ଜଣାପଡିନାହିଁ । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ସକାଳୁ ଭୂମିକମ୍ପ ଝଟକା ହେବାରୁ ଲୋକମାନେ ଆତଙ୍କିତ ହୋଇପଡିଥିଲେ ।

Spread the love