ପୂର୍ବତଟ ରେଳପଥ କର୍ମଚାରୀମାନେ ସତ୍ୟନିଷ୍ଠା ପାଇଁ ଶପଥ ନେଲେ

ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୧୯ ପାଳନ ଅବସରରେ ଏହାର ମୁଖ୍ୟାଳୟ ରେଳସଦନ ଠାରେ ଆଜି ପୂର୍ବାହ୍ନରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଆଣିବାକୁ ଶପଥ ପାଠ କରାଇଥିଲେ I

ଜୀବନରେ ସମସ୍ତ କ୍ଷେତ୍ରରେ ସାଧୁତା ସହିତ ନିୟମର ପାଳନ କରିବା; କାହାଠାରୁ ଲାଞ୍ଚ ନେବା କିମ୍ବା ଦେବା; ସମସ୍ତ କାର୍ଯ୍ୟକୁ ସଛୋଟତା ସହ ପାରଦର୍ଶିତା ଭଳି କାର୍ଯ୍ୟକରିବା; ସାର୍ବଜନିକ ହିତରେ କାର୍ଯ୍ୟକରିବା; ବ୍ୟକ୍ତିଗତ ବ୍ୟବହାରରେ ସତ୍ୟନିଷ୍ଠା ପ୍ରଦର୍ଶନ କରିବା ସହ ଉଦାହରଣ ଦ୍ୱାରା ନେତୃତ୍ୱ ନେବା ଏବଂ ଭ୍ରଷ୍ଟାଚାରର ଯେକୌଣସି ଘଟଣାକୁ ଉଚିତ ଅଧିକାରୀଙ୍କୁ ଜଣାଇବାକୁ ମଧ୍ୟ ରେଳକର୍ମଚାରୀ ମାନେ ସଂକଳ୍ପ ନେଇଛନ୍ତି I

ଯେହେତୁ ଭ୍ରଷ୍ଟାଚାର ଦେଶର ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଏକ ବଡ଼ ବାଧା ସୃଷ୍ଟି କରୁଛି ସେଥିପାଇଁ ରେଳବାଇର ସହଭାଗୀ ଯଥା ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ସହିତ ସାଧାରଣ ଜନତା ଏକତ୍ରିତ ହୋଇ ଭ୍ରଷ୍ଟାଚାରକୁ ପ୍ରତିହତ କରିବା ଦରକାର I ପ୍ରତ୍ୟକ ନାଗରିକଙ୍କୁ ସତର୍କ ରହିବ ଦରକାର ଏବଂ ସବୁ ସମୟରେ ସ୍ୱଚ୍ଛତା ଓ ଅଖଣ୍ଡତାର ଉଚ୍ଚତମ ମାନକ ପ୍ରତି ପ୍ରତିବଦ୍ଧତା ରଖିବା ସହ ଭ୍ରଷ୍ଟାଚାର ବିରୁଦ୍ଧରେ ସମର୍ଥନ କରିବା ଦରକାର I

ଚଳିତ ମାସ ୨୮ ତାରିଖ ଠାରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଅଛି I ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ସାଧାରଣ ଜନତାଙ୍କ ସହିତ ରେଳ ବ୍ୟବହାରକାରୀ ମାନଙ୍କୁ ସାମାଜିକ ଜୀବନରେ ସ୍ୱଚ୍ଛତା ଆଣିବାକୁ ସଚେତନତା କରାଯାଉଅଛି I ଏହା ସହିତ ବ୍ୟାନର, ପୋଷ୍ଟର ଇତ୍ୟାଦି ଦ୍ୱାରା ଏବଂ ସେମିନାର, ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ଏବଂ ଡ୍ରାମା ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ରେଳବ୍ୟବହାରକାରୀ ଓ ରେଳକର୍ମଚାରୀ ମାନଙ୍କୁ ସଚେତନତା କରାଯାଉଅଛି I

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଓ ପ୍ରମୁଖ ସତର୍କତା ଅଧିକାରୀ ଶ୍ରୀ ହେମନ୍ତ କୁମାର ଦତ୍ତଙ୍କ ସହିତ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ରେଳବାଇ ଅଧିକାରୀ ଓ କର୍ମଚାରୀମାନେ ଭାଗନେଇଥିଲେ I ରେଳପଥର ଉପମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ଆର. କେ.ପଣ୍ଡା, ଶ୍ରୀ ଏମ.ଆର.ଆଚାର୍ଯ୍ୟ, ଶ୍ରୀ ପ୍ରଦୀପ କୁମାର ଏବଂ ଶ୍ରୀ ଅଜୟ ସିଂହ ପ୍ରମୁଖ ସତର୍କତା ସଚେତନତା ସପ୍ତାହ-2019 ଅବସରରେ ଆୟୋଜିତ ଶପଥ ପାଠ ଉତ୍ସବ ଓ ପଥପ୍ରାନ୍ତ ନାଟକକୁ ପରିଚାଳନା କରିଥିଲେ I

Spread the love